Masthead

ଉଚ୍ଛୁଳା ନଈରେ ବାଜିଲାଗୁଛି ଜୀବନ

ମାଥିଲି, (ବଡ଼ ଖବର ବ୍ୟୁରୋ): ଆଦିବାସୀ ଅଞ୍ଚଳର ବିକାଶ ପାଇଁ ସରକାରୀ ଯୋଜନାର ଅଭାବ ନାହିଁ । କିନ୍ତୁ ସରକାରୀ ବାବୁ ଓ ଲୋକପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ଯୋଜନା ବାଟହୁଡୁଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ । ଏହି ବ୍ଲକର ଅଟାଲଗୁଡା ଏକ ଅଭିଶପ୍ତ ଗାଁ କହିଲେ ଭୁଲ୍ ହେବ ନାହିଁ । ଗାଁକୁ ଘେରିିରହିଛି ନଈ । ପୋଲ ନଥିବାରୁ ବିକାଶଠାରୁ ଅଟାଲଗୁଡା ବହୁ ଦୂରରେ । ଗାଁର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଉଛୁଳା ନଈ ପାରହୋଇ ଗୋବିନ୍ଦାପଲି କିମ୍ବା ମାଥିଲି ଯାଇଥାନ୍ତି । ଆମ୍ବୁଲାନ୍ସ ଏହି ଗାଁକୁ ଆସିବା କେହି କେବେ ଦେଖିନାହାନ୍ତି ।

ଦୈନନ୍ଦିନ କାମପାଇଁ ଗାଁ ବାହାରକୁ ଗଲେ ଲୋକଙ୍କୁ ନଈ ପାର ହେବାକୁ ପଡିଥାଏ । ଉଚ୍ଛୁଳା ନଈରେ ଜୀବନ ବାଜିଲାଗୁଥିବା ବେଳେ ସରକାର ଏକ ଡଙ୍ଗା ଯୋଗାଇ ଦେଇ ହାତଯୋଡି ବସିଛନ୍ତି । ଭରା ନଈରେ ଭାସି ଅନେକଙ୍କ ଜୀବନ ଯ।।ଉଥିବାର ନଜିର ମଧ୍ୟ ରହିଛି । ଏପଟେ ଡଙ୍ଗା ଅବସ୍ଥା ମଧ୍ୟ କହିଲେ ନସରେ । ସେ ଡଙ୍ଗା ବି ଅଦରକାରୀ ହୋଇ ପଡିରହିଛି। ପ୍ରଶାସନିକ ଅଧିକାରୀଙ୍କ ଭରସାକୁ ଏବେ ବି ଅପେକ୍ଷା କରି ବସିଛନ୍ତି ଗ୍ରାମବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ