Masthead

୭୦ ବର୍ଷର ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡିଦେଲେ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ା ଜିଲ୍ଲା ସଦରମହକୁମା ଠାରୁ ୪୦ କିମି ଦୂର ଗୁଏଝର ଜଙ୍ଗଲର ମୁଙ୍ଗେ ପାହାଡ଼ରୁ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି। ବୃଦ୍ଧା ଜଣଙ୍କ ୪ ଦିନ ହେଲା ପାହାଡ଼ରେ ଭୋକ ଉପାସରେ ଥିଲେ । କିଛି ଛେଳି ଚରାଳି ତାଙ୍କୁ ଦେଖି ଗୁଏଝର ମା ବନଜାରି ଯୁବକ ସଂଘକୁ ଖବର ଦେଇଥିଲେ। ଯୁବକ ସଙ୍ଘର କର୍ମକର୍ତ୍ତାମାନେ ଦୀର୍ଘ ୩ ଘଣ୍ଟା ଖୋଜା ଖୋଜି କରିବା ପରେ ବୃଦ୍ଧାଙ୍କୁ ଠାବ କରିଥିଲେ। ବୃଦ୍ଧା ଜଣଙ୍କ ନିଜ ନାମ ଡ଼ମେନ ପୋଡ଼, ସ୍ୱାମୀ ଘର କୋମାନ ବୋଲି କହିଛନ୍ତି । ଖବର ପାଇ କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଥିଲେ । କୋମନା ପୋଲିସ ଏବଂ ସ୍ଥାନୀୟ ଯୁବକମାନେ ବାଡ଼ିରେ ଷ୍ଟ୍ରେଚର କରି ବୃଦ୍ଧାଙ୍କୁ ତଳକୁ ଆଣିଥିଲେ। କିଏ ଆଉ କେଉଁ ପରିସ୍ଥିତିରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲ ଭିତରେ ଛାଡି ଦେଇଛନ୍ତି ତଦନ୍ତ ଆବଶ୍ୟକ ବୋଲି ଦାବି ହେଉଛି । ଯେଉଁ ପାହାଡ଼କୁ ଯୁବକମାନେ ଚଢ଼ିବା ମୁସ୍କିଲ ସେଠାକୁ ବୃଦ୍ଧା କେମିତି ପହଁଚିଲେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବୃଦ୍ଧା ଜରକ ବିଗତ ଦିନରେ ଚେତନା ନାମକ ଏକ ସଂସ୍ଥାରେ ରାହୁଥିବା କହିଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ ବୃଦ୍ଧାଶ୍ରମରେ ଛଡ଼ାଯିବ ବୋଲି ଅଧ୍ୟକ୍ଷ ମନୋଜ ମିଶ୍ର କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା