Before Header

ପ୍ରେମିକାକୁ ମାରିଲା, ପ୍ରେସରରେ ସିଝାଇଲା

0 92

ମୁମ୍ବାଇ  (ବଡ଼ ଖବର ବ୍ୟୁରୋ):   ପୁଣି ବିଭତ୍ସ ହତ୍ୟା । ଲିଭ-ଇନ୍ ପାର୍ଟନରକୁ ନିର୍ମମ ହତ୍ୟା ପରେ ଗଛ କଟା କଟରରେ କାଟିଲା ନୃଶଂସ ପ୍ରେମିକ । ଅଭିଯୁକ୍ତ ହେଲେ ମନୋଜ ସାହାଣୀ । ମୁମ୍ବାଇର ମୀରା ରୋଡ ଅଂଚଳର ୩୬ ବର୍ଷିୟ ପ୍ରେମିକାକୁ ମାରିବା ପରେ ଧାରୁଆ ଅସ୍ତ୍ରରେ ଶରୀର ଉପର ଭାଗକୁ କାଟି ନଷ୍ଟ କରିଦେଇଛି ମନୋଜ । ବୁଧବାର ପୁଲିସ ଅଭିଯୁକ୍ତଙ୍କ ଫ୍ଲାଟରେ ପହଂଚିବା ପରେ ଯୁବତୀଙ୍କର କେବଳ ଦୁଇଟି ଗୋଡ ପାଇଥିଲା । ଦୁର୍ଗନ୍ଧ ନହେବା ପାଇଁ ପ୍ରେସର କୁକରରେ ସିଝାଉଥିଲା ଶରୀରର ଅଂଶ ।

ମନୋଜଙ୍କ ଫ୍ଲାଟରୁ ଦୁର୍ଗନ୍ଧ ବାହାରୁଥିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ମୀରା ରୋଡସ୍ଥିତ ଆପାର୍ଟମେଣ୍ଟରେ ପହଞ୍ଚିବା ପରେ ଫ୍ଲାଟରୁ ମୃତଦେହ ଖଣ୍ଡ ଜବତ କରିଥିଲା । ଏହାସହ ପ୍ରେସରରେ ସିଝା ଯାଇଥିବା ମୃତଦେହ ଖଣ୍ଡ ମଧ୍ୟ ପୋଲିସ ଜବତ କରିଛି । ମହିଳାଙ୍କ ମୃତ୍ୟୁ ପ୍ରାୟ ୪ ଦିନ ପୂର୍ବରୁ ହୋଇଥିବା ଜଣାପଡ଼ିଥିବା ବେଳେ ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିଲା

Leave A Reply

Your email address will not be published.