Masthead

ବାଲିଆପାଳରୁ ଯାଇ ବମ୍ବେରେ ଚମକିଲେ ଓଡ଼ିଆ ଷ୍ଟାର

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ଯାତ୍ରା ବାଲେଶ୍ୱରରୁ ବମ୍ବେ । ଯାତ୍ରା ବାଲିଆପାଳରୁ ବଲଉଡ । ଏ ଯାତ୍ରାରେ ସଫଳତା ପାଇଁ ସହିବାକୁ ପଡିଛି ଅନେକ ଯନ୍ତ୍ରଣା । ତଥାପି ଦୃଢ ଇଚ୍ଛାଶକ୍ତି ଓ ସାହାସ ଆଗରେ ସବୁ ଫିକା ପଡିଯାଇଛି । ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ବଲିଆପାଳ ବ୍ଲକ କଟିସାହି ଗାଁର ରତିକାନ୍ତ କମିଳାଙ୍କ କାହାଣୀ । ସଫଳତା ପାଇଁ ଅନେକ ସଂଘର୍ଷ କରିଛନ୍ତି ରତିକାନ୍ତ । ପିଲାବେଳୁ ଆର୍ଟ ଏଣ୍ଡ କ୍ରାଫ୍ଟରେ କାମ କରିବାକୁ ଇଛା ରଖିଥିଲେ ସେ ।

କିନ୍ତୁ ଆର୍ଥିକ ସମସ୍ୟା ତାଙ୍କ ଇଛା ଆଗରେ ପାହାଡ ହୋଇ ଛିଡା ହୋଇଥିଲା । ପରିବାରର ଅର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଏକ କଲ ସେଣ୍ଟରରେ କାମ କରିବା ପାଇଁ ସୁଦୂର ବାଙ୍ଗାଲୁର ଚାଲିଯାଇଥିଲେ । କାମରେ କିନ୍ତୁ ମନ ଲାଗିନଥିଲା ତାଙ୍କର । ରତିକାନ୍ତ ମନ ବଳାଇଥିଲେ ଅଭିନୟ ଦୁନିଆରେ ପାଦ ଦେବା ପାଇଁ । ଆଉ ଏହି ଇଛା ଆଜି ତାଙ୍କୁ ବଲଉଡ ଜଗତରେ ପରିଚିତ କରାଇଛି । ବେଙ୍ଗାଲୁରରେ ୩ ବର୍ଷ ଅଭିନୟ କୋର୍ସ ସାରିବା ପରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ମାୟାନଗରୀ ମୁମ୍ବାଇ ଚାଲି ଆସିଥିଲେ । ସେଠାରେ ବି ଖୁବ ସଂଘର୍ଷ କରିବାକୁ ପଡିଥିଲା ରତିକାନ୍ତଙ୍କୁ । କୁହାଯାଏ ସଂଘର୍ଷପରେ ସଫଳତା ନିଶ୍ଚୟ ଅଛି ।

ଆଉ ଶେଷରେ ରତିକାନ୍ତ ବି ପାଇଥିଲେ ସଫଳତା । ଟିଭି ସିରିଏଲ ‘ଏସା ପ୍ୟାର କାହା’ରେ ପାଇଥିଲେ ପ୍ରଥମ ବ୍ରେକ । ବାସ ସେବେଠାରୁ ଆଉ ପଛକୁ ଦେଖି ଚାହିଁନହାଁନ୍ତି ରତିକାନ୍ତ । ଅନେକ ହିନ୍ଦୀ ଓ ଭୋଜପୁରୀ ସିନେମାରେ ଦେଖାଇ ଚାଲିଛନ୍ତି ତାଙ୍କ ଅଭିନୟର ଯାଦୁ । ରମାକାନ୍ତଙ୍କ ଏହି ସଫଳତା ପାଇଁ ତାଙ୍କ ପରିବାର ଓ ଗାଁ ଲୋକେ ବେଶ ଖୁସୀ । ଜଣେ ଓଡିଆ ଭାବେ ନିଜକୁ ଦେଶ ଦରବାରରେ ପ୍ରତିଷ୍ଠିତ କରାଇବାରେ ସଫଳ ହୋଇଛନ୍ତି ରମାକାନ୍ତ । ବଡ଼ ଖବର ମଧ୍ୟ ରମାକନ୍ତଙ୍କ ସଫଳତାକୁ ପ୍ରଶଂସା କରୁଛି । ଆହୁରି ଆଗକୁ ଯିବାକୁ ଅଭିନନ୍ଦନ ଜଣାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ