Masthead

ଜର୍ମାନୀରୁ ଆସିବ ଅକ୍ସିଜେନ ପ୍ଲାଣ୍ଟ

ନୂଆଦିଲ୍ଲୀ(ବଡ ଖବର ବ୍ୟୁରୋ): ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନା ସ୍ଥିତି । ସେପଟେ ଦେଶରେ କୋଭିଡ ମୁକାବିଲା କ୍ଷେତ୍ରରେ ଅକ୍ସିଜେନର ଅଭାବ ଦେଖା ଦେଇଛି । ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି କରୋନା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ଲାଣ୍ଟ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବିମାନ ଯୋଗେ ଏହି ମୋବାଇଲ ପ୍ଲାଣ୍ଟଗୁଡିକୁ ଅଣାଯିବ। ଏହି ପ୍ଲାଣ୍ଟକୁ ସପ୍ତାହକ ମଧ୍ୟରେ ଭାରତ ଅଣାଯିବ । ସେଥିପାଇଁ ଭାରତୀୟ ବାୟୁସେନା ପରିବହନ ପାଇଁ ବିମାନ ଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ପ୍ରତ୍ୟେକ ପ୍ଲାଣ୍ଟ ମିନିଟକୁ ୪୦ ଲିଟର ବା ଘଣ୍ଟାକୁ ୨୪୦୦ ତରଳ ଅକ୍ସିଜେନ ଉତ୍ପାଦନ କରିପାରିବ। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଏହି ମୋବାଇଲ ପ୍ଲାଣ୍ଟଗୁଡିକ ଅଣାଯାଇ ତାହାକୁ ଦେଶର ବିଭିନ୍ନ ଭାଗରେ କୋଭିଡ ଆକ୍ରାନ୍ତଙ୍କର ଚିକିତ୍ସା କରୁଥିବା ହସ୍ପିଟାଲ ଗୁଡିକରେ ରଖାଯିବ। ଏହାଦ୍ୱାରା ଅକ୍ସିଜେନ ଅଭାବ ଜନିତ ସମସ୍ୟାର ମୁକାବିଲା କରାଯାଇପାରିବ। ସେହିପରି ଅନ୍ୟ ଏକ ଘଟଣାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସଶସ୍ତ୍ର ବାହିନୀ ମେଡିକାଲ ସେବାରେ ଥିବା ୨୩୮ ଜଣ ସର୍ଟ ସର୍ଭିସ କମିଶନ୍ଡ ଡାକ୍ତରଙ୍କ ଚାକିରୀ କାଳ ଆଗାମୀ ଡିସେମ୍ବର ୩୧ ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଦେଶରେ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଅଭାବ ସମସ୍ୟାକୁ କିଛି ଅଂଶରେ ଦୂର କରାଯାଇପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ