ନକଲି ସାର୍ଟିଫିକେଟ୍ ମାଧ୍ୟମରେ ପତ୍ନୀଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ବିଧାୟକଙ୍କୁ ଜେଲ୍‌ ପଠାଇଲେ କୋର୍ଟ

ଜୟପୁର (ବଡ଼ ଖବର ବ୍ୟୁରୋ): ଜାଲ୍‌ ସାର୍ଟିଫିକେଟ୍‌ ଦେଇ ପତ୍ନୀଙ୍କୁ ନିର୍ବାଚନ ଲଢ଼ାଇଥିବା ମାମଲାରେ ଉଦୟପୁର ସଲୁମ୍ୱର ବିଧାନସଭା ମଣ୍ଡଳର ବିଜେପି ବିଧାୟକ ଅମୃତ ଲାଲ୍‌ ମୀନାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଯାଇଛି । ଅମୃତ ଲାଲ୍ ୨୦୧୫ରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ତାଙ୍କ ପତ୍ନୀ ଶାନ୍ତି ମୀନାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଛିଡ଼ା କରିଥିଲେ । ଏହି ମାମଲାରେ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଥିଲା । ଯାଞ୍ଚ ସମୟରେ ବିଧାୟକଙ୍କର ଏଥିରେ ହାତ ଥିବା ଜଣାପଡ଼ିଥିଲା ।

ଯାହାକୁ ନେଇ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା । ଏହାର ବିଚାର କରି କୋର୍ଟ ତାଙ୍କ ଜାମିନ୍‌ ଖାରଜ୍‌ କରିଦେଇଥିବା ବେଳେ ବିଚାର ବିଭାଗୀୟ କୋର୍ଟକୁ ତାଙ୍କୁ ପଠାଇ ଦିଆଯାଇଛି । ବିଧାୟକଙ୍କୁ ଗିରଫ କରିବା ନେଇ କୋର୍ଟ ପୂର୍ବରୁ ଆଦେଶ ଦେଇଥିଲେ । କୋର୍ଟଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ବିଧାୟକ ଏଡିଜେ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି । ସୋମାରୀର ସରପଞ୍ଚ ଶାନ୍ତିଦେବୀ ବିରୋଧରେ ଏଜିଏମ୍‌ କୋର୍ଟରେ ପଦ ରଦ୍ଦ କରିବା ନେଇ ଆବେଦନ କରାଯାଇଥିଲା । ଏଥିରେ ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ନେଇ ଜାଲ୍‌ ମାର୍କସିଟ୍‌ ଦାଖଲ କରାଯାଇଥିବା ଦର୍ଶାଯାଇଥିଲା । ଏଥିରେ ବିଧାୟକଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ