Masthead

ମେଡାଲକୁ ୧୫ ଟଙ୍କା କହୁଥିବା ଲୋକ ଏବେ ଆମ ଚାକିରି ପଛରେ ପଡିଛନ୍ତି: ସାକ୍ଷୀ ମଲିକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମ ମେଡାଲକୁ ୧୫ ଟଙ୍କା କହୁଥିବା ଲୋକ ଏବେ ଆମ ଚାକିରି ପଛରେ ପଡିଛନ୍ତି । ଜୀବନ ଆଗରେ ଚାକିରି କିଛି ନୁହେଁ । ଯଦି ଚାକିରି ନ୍ୟାୟର ରାସ୍ତାରେ ଆସିବ ତାହେଲେ ଚାକିରି ଛାଡିବାକୁ ୧୦ ସେକେଣ୍ଡ ଲାଗିବନି । ଏଭଳି କହିଛନ୍ତି ରେସଲର ସାକ୍ଷୀ ମଲିକ । ଜନ୍ତରମନ୍ତରରୁ ବହିଷ୍କୃତ ହେବା ପରେ କୁସ୍ତିଯୋଦ୍ଧାମାନେ ଆନେ୍ଦାଳନରୁ ଓହରି ଯାଇଥିବା ଏବଂ ନିଜ ନିଜ କାମକୁ ଫେରିଥିବା କୁହାଯାଉଛି । କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛନ୍ତି ରେସଲର ସାକ୍ସି ମଲିକ । ସେ ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି । ସାକ୍ସି କହିଛନ୍ତି ମୁଁ ରେଳବାଇରେ ମୋ କର୍ତ୍ତବ୍ୟ ପାଳନ କରୁଛି । କିନ୍ତୁ ଆମ ଭିତରୁ କେହି ବି ଆନେ୍ଦାଳନରୁ ଓହରି ନାହାନ୍ତି । ନ୍ୟାୟ ନମିଳିବା ଯାଏଁ ଆନେ୍ଦାଳନ ଜାରି ରହିବ ବୋଲି କହିଛନ୍ତି ରେସଲର ସାକ୍ସି ମଲିକ । ସାକ୍ସି ଟ୍ୱିଟ କରି ଏହି ଖବରକୁ ଗୁଜବ ବୋଲି କହିଛନ୍ତି ।

ସୂଚନା ଅନୁସାରେ ଉତ୍ତର ରେଳ ମୁଖ୍ୟାଳୟର ରେକର୍ଡରୁ ରିଓ ଅଲିମ୍ପିକର ବ୍ରୋଞ୍ଜ ବିଜେତା ସାକ୍ସି ମଲିକ ମେ ୩୧ରେ ବରୋଦା ହାଉସ କାର୍ଯ୍ୟାଳୟରେ ନିଜ କାମକୁ ଫେରିଛନ୍ତି । ରେସଲର ବଜରଙ୍ଗ ପୁନିଆ ମଧ୍ୟ ଏହି ଖବର ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ଆମେ ଆନେ୍ଦାଳନରୁ ପଛଘୁଂଚା ଦେଇନାହୁଁ । ଆମକୁ କ୍ଷତି ପହଂଚାଇବା ପାଇଁ ଏଭଳି ଖବର ପ୍ରଚାର କରାଯାଉଛି । ଆମେ ଶାନ୍ତିପୂର୍ଣ୍ଣ ଭାବରେ ଆନେ୍ଦାଳନ କରୁଛୁ । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ସାକ୍ସି କହିଛନ୍ତି କୌଣସି ସମାଧାନ ହୋଇପାରିନାହିଁ । ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ ଆମର ଆନେ୍ଦାଳନ ଜାରି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ