Masthead

ତହସିଲଦାରଙ୍କ ନୋଟିସକୁ ଅବମାନନା କଲେ ରାଜନେତା

ବରୀ (ବଡ଼ ଖବର ବ୍ୟୁରୋ): ବରୁଆଁ ମୁଖ୍ୟ ରାସ୍ତାର ବରୀ ତହସିଲ କାର୍ଯ୍ୟାଳୟ ଆଗରେ ଶାରଦୀୟ ଅଭିନନ୍ଦନ ପାଇଁ ବିଜେଡି, କଂଗ୍ରେସ, ବିଜେପି ନେତା ମାନଙ୍କ ସହିତ ବରୀ ବିଧାୟିକା ମଧ୍ୟ ବଡ଼ ବଡ଼ ହୋଡିଙ୍ଗ କରି ଅଭିନନ୍ଦନ ଜଣାଇଥିଲେ। ମାତ୍ର ଦୁର୍ଗାପୂଜା ଯାଇ ନବବର୍ଷ ଆସିଲାଣି ହେଲେ ମୁଖ୍ୟ ରାସ୍ତା ଉପରୁ ହଟୁନି ହୋଡିଙ୍ଗ । ମୁଖ୍ୟ ବଜାର ଉପରେ ହୋଇଥିବା ତୋରଣ ଗୁଡ଼ିକ ଯୋଗୁଁ ଯାତାୟାତରେ ବହୁ ପ୍ରଭାବ ପଡ଼ୁଥିବା ବେଳେ ଦୁର୍ଘଟଣା ମଧ୍ୟ ଘଟୁଛି ଯାହାକୁ ନେଇ ସ୍ଥାନୀୟ ଲୋକେ ବରୀ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବରୀ ତହସିଲ ପକ୍ଷରୁ ସମସ୍ତ ରାଜନେତାଙ୍କୁ ତୋରଣ ହଟାଇବା ପାଇଁ ଗତ ୨୨ ତାରିଖରେ ନୋଟିସ କରାଯାଇଥିଲା।

ମାତ୍ର ନୋଟିସକୁ ୭ ଦିନ ବିତିଯାଇଥିଲେ ମଧ୍ୟ ରାଜନୈତିକ ଦଳର ବ୍ୟକ୍ତି ଏବଂ ବରୀ ବିଧାୟିକା ମଧ୍ୟ ତହସିଲଦାରଙ୍କ ନୋଟିସକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ତେବେ ରାଜନେତା ମାନେ ତହସିଲଦାରଙ୍କ ନୋଟିସକୁ ଅବମାନନା କରିବା, ନୋଟିସର ୭ ଦିନ ପରେ ହୋଡିଙ୍ଗ ନ ହରାଇବା ଘଟଣାକୁ ନିନ୍ଦା କରିଛନ୍ତି ବରୀର ବୁଦ୍ଧିଜୀବୀ। ତେବେ ଏ ନେଇ ଯାଜପୁର ଜିଲ୍ଲାପାଳ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ