Masthead

ଓଡ଼ିଶାରେ ଏଚଆଇଭି ଆକ୍ରାନ୍ତରେ ସୋର ପ୍ରଥମ

ସୋର (ବଡ଼ ଖବର ବ୍ୟୁରୋ): ଆଜି ବିଶ୍ୱ ଏଚଆଇଭି ଦିବସ । ବାଲେଶ୍ୱର ଜିଲ୍ଲାରେ ଏଚଆଇଭି ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟା ସୋର ବ୍ଲକରେ ଚିହ୍ନଟ ହୋଇଛନ୍ତି । ସଚେତନତାର ଅଭାବରୁ ଅନେକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ବାଲେଶ୍ୱର ଜିଲାରେ ୧୯୫୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସୋରରୁ ସର୍ବାଧିକ ୨୪୦ ଜଣ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ ୨୦୧୮ରେ ୧୮ ଜଣଙ୍କ ମଧ୍ୟରୁ ଚାରିଜଣ ପୁରୁଷ ୧୪ ଜଣ ମହିଳା ଚିହ୍ନଟ ହୋଇଥିବା ବେଳେ ଜଣେ ମହିଳା ଓ ଜଣେ ପୁରୁଷ ମୃତ୍ୟୁବରଣ କରିଥିଲେ।

ସେହିପରି ୨୦୧୯ରେ ୨ ଜଣ ପୁରୁଷ ୧୦ ଜଣ ମହିଳା ଓ ୨ ଜଣ ଗର୍ଭବତୀ, ୨୦୨୦ରେ ତିନିଜଣ ପୁରୁଷ ପଞ୍ଚଜଣ ମହିଳା ଆକ୍ରାନ୍ତ ହୋଇଥିବା ବେଳେ ଜଣେ ପୁରୁଷ ଓ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ୨୦୨୧ରେ ତିନିଜଣ ପୁରୁଷ ଚିହ୍ନଟ ହୋଇଥିବା ବେଳେ ଦୁଇଜଣ ପୁରୁଷ ମୃତ୍ୟୁବରଣ କରିଛନ୍ତି । ୨୦୨୨ରେ ଜଣେ ପୁରୁଷ ୩ ଜଣ ମହିଳା ଜଣେ ଗର୍ଭାବତୀ ଏଚଆଇଭିରେ ଆକ୍ରାନ୍ତ ହୋଇଥିବା ବେଳେ ୨୦୨୩ରେ ତିନିଜଣ ପୁରୁଷ ୩ଜଣ ମହିଳା ଓ ଜଣେ ଗର୍ଭବତୀ ଆକ୍ରାନ୍ତ ହୋଇଛନ୍ତି ଏବଂ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ତେବେ ସମୁଦାୟ ସୋର ବ୍ଲକରେ ୨୪୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗତ ପାଞ୍ଚ ବର୍ଷ ମଧ୍ୟରେ ୫୫ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୮ ଜଣଙ୍କର ମୃତ୍ୟୁ ହୋଇଛି।ତେବେ ଏହି ତଥ୍ୟ ଅନୁଯାୟୀ ପୁରୁଷ ମାନଙ୍କ ତୁଳନାରେ ମହିଳା ମାନେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି ଅର୍ଥାତ ପାଞ୍ଚ ବର୍ଷ ମଧ୍ୟରେ ୧୬ ଜଣ ପୁରୁଷ ଆକ୍ରାନ୍ତ ହୋଇଥିବା ବେଳେ ୩୫ ଜଣ ମହିଳା ଓ ୪ ଜଣ ଗର୍ଭବତୀ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି।

ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିବା ଲୋକମାନେ ଘରଠାରୁ ଦୀର୍ଘଦିନ ଦୂରରେ ରହି ସେଠାରେ ଅସୁରକ୍ଷିତ ଯୌନସମାର୍କ ସ୍ଥାପନ କରିବାରୁ ପୁରୁଷ ମାନଙ୍କ ତୁଳନାରେ ମହିଳା ମାନେ ଅଧିକ ଆକ୍ରାନ୍ତ ହେଉଥିବା ଏକ ମୁଖ୍ୟ କାରଣ ହୋଇପାରେ ବୋଲି କହିଛନ୍ତି ସୋର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଆଇସିଟିସି କାଉନସିଲର ଶମ୍ଭୁନାଥ ସାହୁ । ଏବଂ ଶ୍ରୀ ସାହୁଙ୍କ କହିବା ମୁତାବିକ ଯଦି ବିବାହ ପୂର୍ବରୁ ଜାତକ ଦେଖିବା ଯେମିତି ଗୁରୁତ୍ୱ ଦିଆଯାଉଛି ସେହିପରି ଯଦି ଏଚ ଆଇ ଭି ପରୀକ୍ଷା କରାଯାଆନ୍ତା ଏବଂ ସମସ୍ତେ ମିଳିମିଶି ସଚେତନତା କୁ ଆପଣାଇ ନିଅନ୍ତି ତାହାଲେ ଏଚ ଆଇ ଭି ଭଳି ମାରାତ୍ମକ ରୋଗକୁ କାବୁ କରି ହୁଅନ୍ତା। ତେବେ ଏହି ରୋଗ ୧୫ ରୁ ୪୫ ବର୍ଷର ଲୋକମାନଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖା ଦେଉଥିବାରୁ ସମସ୍ତେ ଏହାକୁ ସଚେତନତା ମାଧ୍ୟମରେ ରୋକିପାରିବା ସହିତ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବ ବୋଲି ଶ୍ରୀ ଦାସ ମତପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ