Masthead

ପଦାରେ ପଡ଼ିଲା ତାଲିବାନର ଅସଲ ଚେହେରା; ସାମ୍ବାଦିକଙ୍କୁ ମାଡ଼ମାରି ଭିଡ଼ିଓ କଲେ ଭାଇରାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସମଗ୍ର ବିଶ୍ୱ ତାଲିବାନର କ୍ରୁରତା ଦେଖିଆସୁଛି । ହେଲେ ତାଲିବାନ ବାରମ୍ବାର ନିଜର ଛବିକୁ ଭଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ସବୁ ନେଉଛି । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ତେବେ ମହିଳାଙ୍କ ତାଲିବାନ ବିରୋଧରେ ପ୍ରଦର୍ଶନକୁ କଭର କରିବାକୁ ଆସିଥିବା ସାମ୍ବାଦିକଙ୍କୁ ପୋଷାକ ଖୋଲି ପିଟିଥିବାର ଚିତ୍ର ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଚିତ୍ରରେ ତାଲିବାନର ମାନସିକତା ସମ୍ପୂର୍ଣ୍ଣ ଭାବରେ ପ୍ରତିଫଳିତ ହେଉଛି ।

ଆଫଗାନିସ୍ତାନ ଉପରେ ପାକିସ୍ତାନୀ ଏୟାରଷ୍ଟ୍ରାଇକକୁ ନେଇ ଲୋକେ ଅତ୍ୟଧିକ ରାଗିଛନ୍ତି । ଯାହାଫଳରେ ଗତ କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ବିରୋଧରେ ପ୍ରଦର୍ଶନ କରାଯାଉଛି । ମୁଖ୍ୟତଃ ଏହି ପ୍ରଦର୍ଶନଗୁଡ଼ିକ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଛି । କିନ୍ତୁ ସାରା ଦେଶରେ ତାଲିବାନ ରାଜୁତି କରୁଥିବାବେଳେ ଏପରି ବିରୋଧକୁ ସହଜରେ ତାଲିବାନ ହଜମ କରିପାରୁ ନାହିଁ । ତେଣୁ ବିରୋଧକାରୀଙ୍କୁ ତାଲିବାନ ବାରମ୍ବାର ଟାର୍ଗେଟ କରିଆସୁଛି । ଅପରପକ୍ଷରେ ଏଥିରୁ ବାଦ ପଡ଼ିନାହାଁନ୍ତି ସାମ୍ବାଦିକମାନେ । ତେବେ ବିରୋଧର ସମ୍ପୂର୍ଣ୍ଣ ଘଟଣାକୁ କଭର କରିବାକୁ ଆସିଥିବା ସାମ୍ବାଦିକମାନଙ୍କୁ ଅତି ନିର୍ଦ୍ଦୟ ଭାବରେ ପିଟିଥିବାର ଘଟଣା ସାମ୍ନାକୁ ଆସିଛି ।

ସମ୍ପୂର୍ଣ୍ଣ ଘଟଣାକୁ କଭର କରୁଥିବା ସାମ୍ବାଦିକଙ୍କୁ ଏକ କୋଠରୀରେ ତାଲା ପକାଇ ଘଣ୍ଟା ଘଣ୍ଟା ଧରି ମାଡ଼ ମାରି ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓକୁ ସେୟାର କରିଥିଲା । ଅନ୍ୟପଟେ ସାମ୍ବାଦିକମାନଙ୍କୁ ମାଡ଼ ମାରିବା ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ତାଲିବାନର ଅସଲ ଚେହେରା ପଦାରେ ପଡ଼ିଛି । ତାଲିବାନର ନିଷ୍ଠୁରତାର ଚିତ୍ର ନୂଆ ନୁହଁ । ଏହା ପୂର୍ବରୁ ଭାରତର ଜଣେ ସୁନାମଧନ୍ୟ ସମ୍ବାଦିକ ଧାନିଶ ସିଦିକ୍ୱିଙ୍କୁ ଅତି ନିର୍ଦ୍ଦୟ ଭାବରେ ପିଟି ଜୀବନରୁ ମାରିଦେଇଥିଲା । ଏ ଘଟଣାର ଜବାବ ରଖି ତାଲିବାନ କହିଥିଲା ଯେ ଧାନିଶ ଜଣେ ସାମ୍ବାଦିକ ବୋଲି ସେମାନେ ଜାଣିନଥିଲେ ।

ଯଦି ଜାଣିଥାନ୍ତେ ତାହାଲେ ଏପରି କେବେବି କରିନଥାନ୍ତେ ବୋଲି ତାଲିବାନ କହିଥିଲା । ହେଲେ ନିଜର ଛବିକୁ ଯେତେ ଲୁଚାଇଲେ ମଧ୍ୟ ପ୍ରକୃତ ଚେହେରା ଦୁନିଆ ସାମ୍ନାରେ ଆସିଯାଇଥାଏ । ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ଯେ ତାଲିବାନର ଏପରି କାର୍ଯ୍ୟକୁ ସାରା ବିଶ୍ୱ ଦେଖୁଛି ହେଲେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର