Masthead

‘ବଡ଼ ଖବର’ ଆସିବା ପୂର୍ବରୁ ଅସାଧୁ ଛାନିଆ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆଗାମୀ ବିଜୟା ଦଶମୀରେ ସାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ ‘ବଡ଼ ଖବର’ ଲଞ୍ଚ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ଗତ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀରୁ ଏହାର ୱେବ୍ ଚ୍ୟାନେଲ ଶୁଭାରମ୍ଭ ହୋଇଛି। ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା ଓ ଲୋକଙ୍କର ‘ବଡ଼ ଖବର’। ସାଧାରଣ ଲୋକର ସମସ୍ୟାର ସମାଧାନ ଏହି ଚ୍ୟାନେଲର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏହାର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଘୋଷଣା କରିସାରିଛନ୍ତି। ଏଥିପାଇଁ ସବୁକିଛି ତ୍ୟାଗ କରିବାକୁ ଚ୍ୟାନେଲ କର୍ତ୍ତୃପକ୍ଷ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ‘ବଡ଼ ଖବର’ର ୱେବ ଚ୍ୟାନେଲ ତା’ର ନୀତି ଓ ଆଦର୍ଶରେ ପରିଚାଳିତ ହେଉଛି। କିଛି ଅଭାବୀ ମଣିଷଙ୍କ ମୁହଁରେ ହସ ଫୁଟିଥିବାବେଳେ ଆଉ କିଛି ଲୋକ ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି।

ସେମାନେ ମନ୍ଦ ଉଦ୍ଦେଶ୍ୟ ଛାଡ଼ିପାରୁନାହାନ୍ତି। ରାଜନୈତିକ ନେତାଙ୍କ ବାହୁଛାୟା ତଳେ ରହି କୀଳା ପୋତେଇ କରି ଢେର ମୁନାଫା ଉଠାଉଥିବା ଏହି ଲୋକମାନେ ସମାଜର ଶତ୍ରୁ ତ ନିଶ୍ଚୟ, ଏବେ ବଡ଼ ଖବରର ଶତ୍ରୁ ପାଲଟି ଯାଇଛନ୍ତି। ଏମାନଙ୍କ ଅସଲ ମୁଖା ଖୋଲୁଥିବା ବଡ଼ ଖବରର ପ୍ରତିନିଧିମାନଙ୍କୁ ଏହି ତଥାକଥିତ ମାଫିଆମାନେ ଟାର୍ଗେଟ କରୁଛନ୍ତି। ଏହାର ଏକ ଉଦାହରଣ ଆମେ ଆପଣଙ୍କ ପାଖରେ ଥୋଉଛୁ। ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକର ‘ବଡ଼ ଖବର’ ପ୍ରତିନିଧି ରାଧେଶ୍ୟାମ ହାତୀ ଠେଲକୋମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ଶୌଚାଳୟ କାମ ଚାଲିଥିବା ସମ୍ପର୍କିତ ଖବର ସଂଗ୍ରହ ପାଇଁ ଯାଇଥିଲେ। କିନ୍ତୁ ସମ୍ପୃକ୍ତ ସ୍କୁଲର ଶିକ୍ଷକ ଅମରେଶ ଖେତି, ତାଙ୍କ ଭଣଜା ଏବଂ ଶିବାପାଲି ଗ୍ରାମର ଘଡ଼ି ନାମକ ଜଣେ ବ୍ୟକ୍ତି ସାମ୍ବାଦିକ ହାତୀଙ୍କୁ ଆକ୍ରମଣ କରିଥିଲେ।

ଘଟଣା ସମ୍ପର୍କରେ ବଡ଼ ଖବର ଟିମ୍ ପକ୍ଷରୁ ବଲାଙ୍ଗୀର ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଥାନାରେ ଏଫଆଇଆର ଦେବା ପାଇଁ ବାରିକ ପରାମର୍ଶ ଦେଇଛନ୍ତି। ପ୍ରଶ୍ନ ଉଠୁଛି ଏତେ ଭୟ କାହିଁକି। ଆମେ ତ ଲୋକଙ୍କ କଥା କହିବୁ। ଲୋକଙ୍କ ପାଇଁ ପ୍ରଶାସନ ଓ ରାଜନେତାଙ୍କ କବାଟ ବାଡ଼େଇବୁ। ପରିଣାମ ସ୍ୱରୂପ ଯଦି ଆମକୁ ମାଡ଼, ଗାଳି ମିଳେ ଆଇନର ଦ୍ୱାରସ୍ଥ ହେବୁ ତ ନିଶ୍ଚୟ। ଏବେ ବି ସମୟ ଅଛି ସାବଧାନ ଓ ସତର୍କ ହୋଇଯାନ୍ତୁ ଅସାଧୁ, ମାଫିଆମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ