Masthead

ନୂତନ କୃଷି ଆଇନ ପ୍ରତ୍ୟାହାର ପ୍ରଶ୍ନ ଉଠୁନି: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ରର ନୂତନ କୃଷି ଆଇନ ବିରୋଧରେ ଜାରି ରହିଛି ବିରୋଧ । ଦୀର୍ଘ ସମୟ ପରେ ନୂତନ କୃଷି ଆଇନ ସମ୍ପର୍କରେ ସରକାରଙ୍କ ତରଫରୁ ଆସିଛି ଏକ ବିବୃତ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶୁକ୍ରବାର କୃଷି ଆଇନ ପ୍ରତ୍ୟାହାରକୁ ଖାରଜ କରି କହିଛନ୍ତି ଯେ, ଆନ୍ଦୋଳନକାରୀ ଚାଷୀଙ୍କ ସହ ସରକାର ପୁଣିଥରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଶୁକ୍ରବାର ଟ୍ୱିଇଟ୍ କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, କୃଷି ଆଇନ ପ୍ରତ୍ୟାହାର ବ୍ୟତୀତ ମଧ୍ୟରାତ୍ରିରେ କୃଷକମାନଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଯଦି କୌଣସି କୃଷକ ସଂଗଠନ ଆଇନର ବ୍ୟବସ୍ଥା ଉପରେ ଆଲୋଚନା କରିବାକୁ ଚାହାନ୍ତି, ତେବେ ଆମେ ସେମାନଙ୍କୁ ସ୍ୱାଗତ କରିବୁ।

ଦେଶର ୩ ଟି ନୂତନ କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ କୃଷକମାନେ ୬ ମାସରୁ ଅଧିକ ସମୟ ଧରି ଆନ୍ଦୋଳ ଚଳାଇଛନ୍ତି। ନୂତନ କୃଷି ନିୟମକୁ ନେଇ ସରକାର ଏବଂ କୃଷକଙ୍କ ମଧ୍ୟରେ ୧୧ ରାଉଣ୍ଡ ଆଲୋଚନା ବିଫଳ ହୋଇଛି। ନୂତନ କୃଷି ଆଇନ ସମ୍ପର୍କରେ ଉଭୟ ପକ୍ଷର ଶେଷ ଆଲୋଚନା ୨୨ ଜାନୁଆରୀରେ ହୋଇଥିଲା । ୨୬ ଜାନୁଆରୀରେ ଦିଲ୍ଲୀର ଲାଲକିଲ୍ଲାରେ ହିଂସା ହୋଇଥିଲା। ପୂର୍ବରୁ କୃଷି ମନ୍ତ୍ରୀ ତୋମାର, ଖାଦ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସମେତ ତିନି କେନ୍ଦ୍ର ମନ୍ତ୍ରୀ ଚାଷୀଙ୍କ ସହ ୧୧ ରାଉଣ୍ଡ ଆଲୋଚନା କରିଥିଲେ। ଦଶମ ରାଉଣ୍ଡ ଆଲୋଚନା ସମୟରେ କୃଷକ ସଂଗଠନକୁ ଏକରୁ ଦେଢ ବର୍ଷ ପର୍ଯ୍ୟନ୍ତ ତିନୋଟି କୃଷି ଆଇନ କାର୍ୟ୍ୟକାରୀ ନକରିବାକୁ ମଧ୍ୟ ସରକାର ପ୍ରସ୍ତାବ ଦେଇଥିଲେ। କିନ୍ତୁ ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଜିଦ୍ ଧରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ