Masthead

ଭାଙ୍ଗିଲା ନଦୀ ବନ୍ଧ, ବିଧାୟକଙ୍କୁ ଚାପୁଡ଼ା ମାରିଲେ ମହିଳା

ହରିୟଣା  (ବଡ଼ ଖବର ବ୍ୟୁରୋ):  ବିଧାୟକଙ୍କୁ ଚାପୁଡ଼ା ମାରିଲେ ମହିଳା । ଏଭଳି ଘଟଣା ଘଟିଛି ହରିୟାଣା କୈଥଲ ଜିଲ୍ଲାରେ । ଚାରି ଆଡ଼େ ଲାଗି ରହିଛି ବନ୍ୟା ପରିସ୍ଥିତି । ହରିୟାଣର କୈଥଲ ନିର୍ବାଚନ ମଣ୍ଡଳୀରେ ବନ୍ୟା ପରିସ୍ଥତି ସମୀକ୍ଷା କରିବା ପାଇଁ ଯାଇଥିଲେ ‘ଜେଜେପି’ ବିଧାୟକ ଈଶ୍ବର ସିଂହ । ସେହିଠାରେ ଜଣେ ମହିଳା ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଘାଗ୍ଗର ନଦୀ ଉଛୁଳିବା ଯୋଗୁଁ ଘୁଲା ନିର୍ବାଚନ ମଣ୍ଡଳୀ ଭାଟିଆ ଗାଁରେ ଭୀଷଣ ବନ୍ୟା ହୋଇଥିଲା। ବିଧାୟକ ସିଂହ ସେଠାରେ ପହଞ୍ଚି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସିଛନ୍ତି ବୋଲି ଗାଁର କିଛି ଲୋକ ଜାଣିଥିଲେ ।

କିଛି ମହିଳା ଓ ଆଉ କିଛି ଲୋକ ବିରକ୍ତି ହୋଇ କହିଥିଲେ କି, ଜଳଭଣ୍ଡାର ବନ୍ଧରେ ଘାଇ ହେବାରୁ ଗାଁ ବଢ଼ିପାଣିରେ ବୁଡ଼ିଗଲା। ବିଧାୟକ ସିଂହ କହିଛନ୍ତି, ମହିଳାଜଣକ କହିଲେ ଯେ, ସେ ଚାହିଁଥିଲେ ବନ୍ଧ ଭାଙ୍ଗି ନ ଥା’ନ୍ତା। ଏ ବନ୍ୟା ଗତ କିଛି ଦିନ ହେଉଥିବା ପ୍ରବଳ ବର୍ଷାଜନିତ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଯେତେ କହିଲେ ବି ସେ ବୁଝି ନ ଥିଲେ। ଜନସାଧାରଣଙ୍କ ସମ୍ମୁଖରେ ମହିଳାଜଣକ ଗାଳିଗୁଲଜ କରି ଏବେ କାହିଁକି ଆସିଛ ବୋଲି କହିବା ସହିତ ବିଧାୟକ ସିଂହଙ୍କୁ ଚାପୁଡ଼ା ମାରିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା