ମାଓ ଗଡ଼ରେ ମାଓବାଦୀଙ୍କୁ ବିରୋଧ

ନୂଅପଡ଼ା(ବଡ଼ ଖବର ବ୍ୟୁରୋ): ମାଓ ଗଡ଼ରେ ମାଓବାଦୀଙ୍କୁ ବିରୋଧ। ଲାଲ ଗଡ଼ରେ ବିକାଶ ଦରକାର। ପୋଲିସ ଇନଫର୍ମର ନାଁରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛି ଲାଲ ବାହିନୀ। ଆମେ ପ୍ରକୃତି କୋଳରେ ବଞ୍ଚିବା ଲୋକ, ଆମେ ଶାନ୍ତିରେ ବଞ୍ଚିବାକୁ ଚାହୁଁ। ଏମିତି କହି ମାଓ ଗଡ଼ରେ ମାଓବାଦୀଙ୍କୁ ବିରୋଧ କରିଛନ୍ତି ନୂଆପଡ଼ାର ,ସୁନାବେଡା ଓ ସୋସେଙ୍ଗ ପଂଚାୟତର ଆଦିବାସୀ ମାନେ। ଏହି ପଂଚାୟତର ଆଦିବାସି ମାନେ ଏକ ରାଲି ବାହାର କରି ନୂଆପଡା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି, ମାଓ ଦମନ , ଅଞ୍ଚଳର ବିକାଶ ଓ ସୁରକ୍ଷା ପାଇଁ ଆମାମୋରା ଓ ପାଟଧାରା ଅଞ୍ଚଳରେ ସିଆରପିଏଫ କ୍ୟାମ୍ପ ଦାବି କରିଛନ୍ତି।

ନୂଆପଡ଼ାର ସୁନାବେଡା ଅଭୟାରଣ୍ୟ , ଛାତିଶଗଡ଼ ଉଦନ୍ତି ଅଭୟାରଣ୍ୟ ସହିତ ଲାଗି ରହିଥିବାରୁ ଓ ଏହା ଏକ ବିସ୍ତୃତ ଘଞ୍ଚ ଜଙ୍ଗଲ ଘେରା ଅଞ୍ଚଳ ହୋଇଥିବାରୁ ଏଠାରେ ମଓବାଦୀ ମାନେ ସକ୍ରିୟ ଥିଲେ। ଏହି ଅଞ୍ଚଳର ଆଦିବାସୀ ମାନଙ୍କୁ ଅନେକ ସମୟରେ ମାଓବାଦୀ ମାନେ ହତ୍ୟା କରିଥିବାରୁ ଏବେ ଏ ଅଞ୍ଚଲରୁ ମାଓ ଦମନ ଚାହୁଁଛନ୍ତି ଏଠାକାର ଲୋକ ମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ