Masthead

ସରକାରୀ ଗାଇଡ ଲାଇନ ସହ ଖୋଲିଲା ସ୍କୁଲ

ଉମରକୋଟ (ବଡ଼ ଖବର ବ୍ୟୁରୋ): ଦୀର୍ଘ ୧୯ ମାସ ପରେ ଆଜି ଖୋଲିଛି ଅଷ୍ଟମ ଶ୍ରେଣୀ। ସମ୍ପୂର୍ଣ୍ଣ ସରକାରୀ ଗାଇଡ୍ ଲାଇନ୍ ପାଳନ କରାଯାଇ ଖୋଲିଛି ସ୍କୁଲ। ପୂର୍ବରୁ ରାଜ୍ୟ ସରକାର ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଥିବା ବେଳେ ସରକାର ପୂଜା ଛୁଟି ପରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯିବା ନେଇ ଘୋଷଣା କରିଥିଲେ। ଘୋଷଣା ଅନୁଯାୟୀ ଆଜି ସ୍କୁଲ ଖୋଲାଯାଇଥିବା ବେଳେ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମଧ୍ୟ ସ୍କୁଲକୁ ଆସିଛନ୍ତି।

ସ୍କୁଲ ଖୋଲିବା ପୂର୍ବରୁ ଶ୍ରେଣୀଗୃହ ଗୁଡିକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଥିବାବେଳେ ଅଭିଭାବକଙ୍କ ଠାରୁ ଅନୁମତି ପତ୍ର ମଧ୍ୟ ମଗା ଯାଇଥିଲା। ପିଲାଙ୍କ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି। ଏଥି ଯୋଗୁଁ ଆଜି ପ୍ରଥମ ଦିନରେ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ଉପସ୍ଥିତି କମ୍ ଥିଲେ ମଧ୍ୟ ଆସିଥିବା ପିଲାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ବହୁ ଦିନ ଘରେ ରହି ଅନଲାଇନ ଶିକ୍ଷା ଚାଲିଥିଲେ ମଧ୍ୟ ସ୍କୁଲ ଖୋଲିଥିବାରୁ ଛାତ୍ର ଛାତ୍ରୀ ଖୁସି ଥିବା ପ୍ରକାଶ କରିଛନ୍ତି।

ତେବେ ବିଦ୍ୟାଲୟରେ ଛାତ୍ରଛାତ୍ରୀ ପହଁଞ୍ଚିବା ପରେ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମଧ୍ୟ ଖୁସି ଥିବାବେଳେ ସ୍କୁଲରେ କରୋନା ଗାଇଡ ଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଏବଂ ଆଜି ପ୍ରଥମ ଦିନରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ କରୋନା ଏବଂ ଏହାର ଭୟାବହତା ସଂପର୍କରେ ବୁଝାଇବା ସହ ସ୍କୁଲରେ କିଭଳି କରୋନା କଟକଣାକୁ ମାନି ପାଠ ପଢିବେ ସେ ବିଷୟରେ ସଚେତନ କରାଉଥିବା ଦେଖିବାକୁ ମିଳିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର