Masthead

ଆରମ୍ଭ ହେଲା ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ନୀତି

ପୁରୀ(ବଡ଼ ଖବର ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ନୀତି । ମାଦ୍ଧ୍ୟାହ୍ନ ୧୨.୧୫ ରେ ଦୁର୍ଗମାଧବ ରଥକୁ ବିଜେ ହୋଇଥିବା ବେଳେ ୧୨.୩୦ରେ ନାରାୟଣୀ ମନ୍ଦିରକୁ ବିଜେ ହୋଇଛନ୍ତି । ଦୁର୍ଗା ମାଧବ ଉପାସନାର ଅନନ୍ୟ ଐତିହ୍ୟ କ୍ଷେତ୍ର ହେଉଛି ନାରାୟଣୀ ମନ୍ଦିର । ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ ଦୁର୍ଗା ମାଧବ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ଦିନ ଏହି ନାରାୟଣୀ ମନ୍ଦିରକୁ ଆସନ୍ତି । ଶାରଦୀୟ ଦୁର୍ଗାପୂଜା ପରିପ୍ରେକ୍ଷୀରେ ଗଇଁଠାଳ ପଡ଼ି ଦୁର୍ଗା ମାଧବ ଏକତ୍ର ପୂଜା ପାଇବା ଏହି ମନ୍ଦିର ଭିନ୍ନ ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ। ସେଥିପାଇଁ ଏହା ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଭାବେ ଅଭିହିତ। ଶ୍ରୀମନ୍ଦିରରୁ ଦୁର୍ଗା ମାଧବ ଏହି ମନ୍ଦିରକୁ ଷୋଳପୂଜା ସମୟରେ ଶେଷ ଆଠଦିନ ଆସି ଦ୍ବିପ୍ରହରରୁ ରାତି ପର୍ୟ୍ୟନ୍ତ ରହୁନ୍ତି ।

ଗୁଣ୍ଡିଚା’ କେବଳ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ନାମ ନୁହେଁ । ‘ଗୁଣ୍ଡିଚା’ ନାମରେ ଆହୁରି କେତୋଟି ଯାତ୍ରା ମଧ୍ୟ ଶ୍ରୀମନ୍ଦିରରେ ପାଳିତ ହୁଏ। ସେଥିରୁ ଗୋଟିଏ ହେଉଛି ‘ଶାକ୍ତ ଗୁଣ୍ଡିଚା’। ବିଶେଷତ୍ୱ ଦୃଷ୍ଟିରୁ, ଦେବୀ ବିମଳାଙ୍କର ଷୋଡ଼ଶ ଦିନବ୍ୟାପୀ ଶାରଦୀୟ ଦୁର୍ଗାପୂଜା ଏହି ନାମରେ ନାମିତ ହୋଇଛି। ଏହାକୁ ଅନେକେ ‘ଶାରଦୀୟ ଗୁଣ୍ଡିଚା’ ମଧ୍ୟ କହି ଥାଆନ୍ତି। ଏହି ପୂଜାର ଉପାସ୍ୟ ଦେବଦେବୀ ହେଉଛନ୍ତି ଶ୍ରୀମାଧବ ଓ ଦୁର୍ଗା । ଶାରଦୀୟ ଦୁର୍ଗାପୂଜା ଅବସରରେ ଦୁର୍ଗା ଓ ମାଧବ ଏକତ୍ର ଉପାସିତ ହେବାର ଏହି ପରଂପରା ଶ୍ରୀମନ୍ଦିରର ଏକ ବିଶେଷତ୍ୱ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ, ଆଶ୍ୱିନ ଶୁକ୍ଳ ନବମୀ ବା ମହାନବମୀ ପର୍ୟ୍ୟନ୍ତ ଏହି ଯାତ୍ରା ହୋଇଥାଏ। ଏଥିରେ ଦୁର୍ଗା ଓ ମାଧବ ଏକ ସୁସଜ୍ଜିତ ରଥାକୃତି ବିମାନରେ ଯାତ୍ରା କରୁଥିବାରୁ ଏହାର ନାମ ‘ଶାକ୍ତ ଗୁ୍‌ଣ୍ଡିଚା’ ବା ‘ଶାରଦୀୟ ଗୁଣ୍ଡିଚା’ ହୋଇଛି। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଏହି ନାମର ଉଲ୍ଲେଖ ନ ଥିଲେ ମଧ୍ୟ ଏହା ଅତ୍ୟନ୍ତ ଲୋକପ୍ରିୟ।

ଏହି ଷୋଡ଼ଶ ଦିନ ବ୍ୟାପୀ ଯାତ୍ରାର ପ୍ରଥମ ଆଠଦିନ ଭଣ୍ଡାର ଘରେ ଥିବା ଦୁର୍ଗା ଓ ଶ୍ରୀମନ୍ଦିରର ରତ୍ନସିଂହାସନରେ ପୂଜିତ ମାଧବ ଆଜ୍ଞାମାଳ ପାଇ ବିମଳା ମନ୍ଦିରଠାରେ ଏକ ଖଟ ଉପରେ ଯାଇ ବିଜେ ହୁଅନ୍ତି। ପୂଜାବିଧି ବଢ଼ିବା ପରେ ଦୁର୍ଗା ଓ ମାଧବଙ୍କୁ ଏକ ସୁସଜ୍ଜିତ ରଥାକୃତି ବିମାନରେ ଭଣ୍ଡାରଘର ଦ୍ୱାରଠାକୁ ଅଣାଯାଏ। ଏହି ନୀତି ପ୍ରଥମ ଆଠଦିନ ଚାଲିବା ପରେ, ପରବର୍ତ୍ତୀ ଆଠଦିନ ଦୁର୍ଗା-ମାଧବଙ୍କୁ ସେହି ରଥାକୃତି ବିମାନରେ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରାଯାଏ। ଆଠଦିନ ଧରି ସେଠାରେ ବିମଳା ମନ୍ଦିରର ନୀତି ପରି ନୀତି ହୋଇଥାଏ। ପ୍ରତିଦିନର ନୀତି ପରେ ଦୁର୍ଗା-ମାଧବ ରଥାକୃତି ବିମାନରେ ବାହୁଡ଼ା ବିଜେ କରନ୍ତି। ଏ ଦୃଷ୍ଟିରୁ ‘ଗୁଣ୍ଡିଚା ମଣ୍ଡପ’ ପରି, ନାରାୟଣୀ ମନ୍ଦିରକୁ ମଧ୍ୟ ‘ଆଶ୍ୱିନଗୁଣ୍ଡିଚା ମଣ୍ଡପ’ କୁହାଯାଏ।

ଏହି ନାରାୟଣୀ ମନ୍ଦିର, ଶ୍ରୀମନ୍ଦିରର କଳ୍ପବଟ ଓ ଦୋଳମଣ୍ଡପ ସାହିରେ ଥିବା ଅଙ୍ଗିରାଶ୍ରମର କାମ୍ୟବଟ ମଧ୍ୟରେ ଅବସ୍ଥିତ। ତେଣୁ ‘ନୀଳାଦ୍ରି ମହୋଦୟ’ରେ ଏହାକୁ ଏକ ପୁଣ୍ୟସ୍ଥଳ କୁହାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ସେଠାରେ ତ୍ରିଶୂଳ, ଡମ୍ବରୁ, ବରଦ ଓ ଅଭୟ ହସ୍ତରେ ନାରାୟଣୀ ବିରାଜମାନ କରୁଛନ୍ତି। ଦେବୀ ବିମଳା ଓ ଦେବୀ ନାରାୟଣୀଙ୍କ ମନ୍ଦିରରେ ହେଉଥିବା ଏହି ଶାରଦୀୟ ଦୁର୍ଗୋତ୍ସବକୁ ସେହିଦୃଷ୍ଟିରୁ ‘ଶାକ୍ତ ଗୁଣ୍ଡିଚା’ କୁହାଯାଇଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ