Masthead

ମା’ ଆଗରେ ପୁଅକୁ ପିଟି ପିଟି ହତ୍ୟା

ଭଦ୍ରକ (ବଡ଼ ଖବର ବ୍ୟୁରୋ): ମା’ ଆଗରେ ପୁଅକୁ ହତ୍ୟା । ପୂର୍ବ ଶତ୍ରୁତା ସହିତ ଜମି ବାଡ଼ି ଘଟଣାକୁ କେନ୍ଦ୍ର କରି ଯୁବକଙ୍କୁ ଶାବଳ ଓ ବାଡିରେ ପିଟି ପିଟି ମାରିଦେଲେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଜମୁକୁନ୍ଦପୁର ବେହେରା ସାହିରେ । ଏହି ସାହିର ସଂଜିତ ନାୟକଙ୍କ ପରିବାର ଓ ଲଷ୍ମୀଧର ବେହେରାଙ୍କ ପରିବାର ମଧ୍ୟରେ ଜମିଜମା ଘଟଣାକୁ ନେଇ ପୂର୍ବରୁ ଝମିଲା ହୋଇଥିଲା ଓ ଥାନାରେ ସମାଧାନ ମଧ୍ୟ ହୋଇଥିଲା ।

ଆଜି ହଠାତ ଲଷ୍ମୀଧରଙ୍କ ପରିବାର ଲୋକମାନେ ସଙ୍ଘବଦ୍ଧ ଭାବେ ଆସି ସଂଜିତ ବେହେରାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଏପରିକି ସଂଜିତଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡ଼ିରେ ଓ ଶାବଳରେ ଆକ୍ରମଣ କରିଥିଲେ । ଏଥିରେ ପ୍ରତିବାଦ କରିବାରୁ ତାଙ୍କ ମା ଓ ଭାଉଜଙ୍କୁ ମଧ୍ୟ ସେମାନେ ଆକ୍ରମଣ କରି ଗୁରୁତର କରିଦେଇଥିଲେ । ୩ ଜଣଙ୍କୁ ଗ୍ରାମବାସୀମାନେ ତୁରନ୍ତ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା । ଡାକ୍ତର ସଂଜିତଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ଏହି ଖବର ସମ୍ପୃକ୍ତ ଅଞ୍ଚଳରେ ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଥିଲା । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା