ଏୟାରପୋର୍ଟ ଛାଡ଼ି ଚାଲି ଯିବାକୁ ଆମେରିକାର ପରାମର୍ଶ

(ବଡ଼ ଖବର ବ୍ୟୁରୋ): କାବୁଲ ଏୟାରପୋର୍ଟ ବାହାରେ ଆତଙ୍କୀ ହମ୍‌ଲା ଆଶଙ୍କା । ଏୟାରପୋର୍ଟ ଗେଟ୍ ଛାଡ଼ି ଚାଲି ଯିବାକୁ ନାଗରିକଙ୍କୁ ଆମେରିକାର ପରାମର୍ଶ । ଦୂତାବାସ ଠାରୁ ସୂଚନା ନ ମିଳିବା ପର୍ୟ୍ୟନ୍ତ ଏୟାରପୋର୍ଟ ନ ଆସିବାକୁ ନିର୍ଦ୍ଦେଶ । ବ୍ରିଟେନ ଓ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଆଫଗାନିସ୍ତାନରେ ହୋଇଥିବା ଆତଙ୍କ ମଧ୍ୟରେ ଆମେରିକାର ଗୁପ୍ତଚର ସଂସ୍ଥା ସେଠାରେ ଆତଙ୍କବାଦୀ ଆକ୍ରମଣର ଚେତାବନୀ ଦେଇଛନ୍ତି।

ଗୁପ୍ତଚର ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଆଲର୍ଟ ଅନୁଯାୟୀ ଆଇଏସ୍‌ଆଇଏସ୍ ଆତଙ୍କବାଦୀମାନେ କାବୁଲ ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏହି ସୂଚନା ପାଇବା ମାତ୍ରେ ଆମେରିକାର ସୈନ୍ୟମାନେ କାବୁଲ ବିମାନବନ୍ଦରରେ ସୁରକ୍ଷାକୁ କଡାକଡି କରିଛନ୍ତି। ଆମେରିକାର ବୈଦେଶିକ ବିଭାଗ କହିଛି, କାବୁଲ ବିମାନବନ୍ଦର ଫାଟକ ବାହାରେ ସମ୍ଭାବ୍ୟ ସୁରକ୍ଷା ବିପଦ ଥିବାରୁ ଆମେ ଆମେରିକୀୟ ନାଗରିକମାନଙ୍କୁ ବିମାନ ବନ୍ଦରକୁ ନଆସିବାକୁ ପରାମର୍ଶ ଦେଉଛୁ। ଆମେରିକା ସରକାରଙ୍କ ପ୍ରତିନିଧୀ ଆପଣଙ୍କୁ ନ କହିବା ପର୍ଯ୍ୟନ୍ତ ବିମାନବନ୍ଦର ଫାଟକକୁ ଆସିବା ଠାରୁ ଦୂରେଇ ରୁହନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ