କାବୁଲ ଏୟାରପୋର୍ଟରେ ୫୨୦୦ ଆମେରିକୀୟ ସୈନ୍ୟ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ରାଜଧାନୀ କାବୁଲର ହମିତ କାର୍ଯ୍ୟାୟୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଆମେରିକା ମୁତୟନ କରିଛି ୫୨୦୦ ସୈନ୍ୟ । ଆମେରିକୀୟମାନେ ଆଫଗାନିସ୍ତାନରୁ ଫେରିବା ପର୍ଯ୍ୟନ୍ତ ଏୟାରପୋର୍ଟରେ ସୈନ୍ୟ ମୁତୟନ ହେବେ ବୋଲି ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ।

ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନିସ୍ତାନରେ ଥିବା ଆମେରିକୀୟ ସୈନ୍ୟ ସପୂର୍ଣ୍ଣ ପ୍ରତ୍ୟାହାର କରାଯିବା ବେଲି ବାଇଡେନ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ ଏହି ନିଷ୍ପତ୍ତି ଘୋଷଣା କରିଥିଲେ। ଅଗଷ୍ଟ ୩୧ ସୁଦ୍ଧା ଆମେରିକୀୟ ସୈନ୍ୟ ଓ ସମସ୍ତ ନାଗରିକ ଆଫଗାନିସ୍ତାନ ଛାଡିବା ନିଶ୍ଚିତ ହୋଇଛି । ତେଣେ ବିଭିନ୍ନ ସହରରେ ତେଜୁଛି ତାଲିବାନ ବିରୋଧୀ ସ୍ୱର ଆନ୍ଦୋଳନକାରୀଙ୍କୁ ସାବାଡ କରିବା ପାଇଁ ତାଲିବାନ କରିଛି ଗୁଳି ବର୍ଷା ।

ତାଲିବାନ ବିରୋଧୀ ଗୋଷ୍ଠୀ ଆମେରିକାର ସହାୟତା ଲୋଢିଛନ୍ତି । ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗେଇ ଦେବାକୁ ତାଲିବାନ ବିରୋଧୀମାନେ ଆମେରିକାକୁ ଅନୁରୋଧ କରିଛନ୍ତି । ତାଲିବାନ ଆତଙ୍କବାଦୀମାନେ ଆମେରିକୀୟ ୟୁନିଫର୍ମ ପିନ୍ଧି ବିଦ୍ରୋହ ଦମନ କରୁଛନ୍ତି । ତାଲିବାନ ଆତଙ୍କୀଙ୍କ ଏଭଳି ନୂଆ ତରିକା ଆମେରିକା ପାଇଁ ସମସ୍ୟା ସୃଷ୍ଟି କରିଛି । ତାଲିବାନ ଆତଙ୍କବାଦୀମାନେ ଆମେରିକୀୟ ୟୁନିଫର୍ମ ପିନ୍ଧିବା ସହ ଆମେରିକୀୟ ବନ୍ଧୁକରୁ ଗୁଳି ବର୍ଷା କରୁଛନ୍ତି । ଆମେରିକାର ବ୍ଲାକ୍ ହକ ହେଲିକପ୍ଟରରେ ଚକର କାଟୁଛନ୍ତି ତାଲିବାନ ଆତଙ୍କବାଦୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ