Masthead

ରାଜ୍ୟ ମଗାଇଲା ୫ ହଜାର ୨ଡିଜି ପାଉଚ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଡିଆରଡିଓ ପ୍ରସ୍ତୁତ କରିଛି ୨ଡିଜି ବା ଡି –ଗ୍ଲୁକୋଜ ମେଡିସିନ । ୨ଡିଜି ପାଉଚ କିଣିବା ଲାଗି ଅର୍ଡର ଦେଇଛନ୍ତି ରାଜ୍ୟ ସରକାର । ୨ଡିଜି ପାଉଚର ମୂଲ୍ୟ ୯୯୦ ଟଙ୍କା । ୨ ଡିଜି ମେଡିସିନ ପ୍ରସ୍ତୁତ କରୁଛି ଡକ୍ଟର ରେଡ୍ଡୀ ଲ୍ୟାବ । ୫ହଜାର ପ୍ୟାକେଟ ଲାଗି ରାଜ୍ୟ ସରକାର କରିଛନ୍ତି ଆବେଦନ । ଗତକାଲି କରୋନା ଔଷଧ ୨ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଡିଆରଡିଓର ଏହି ଆଣ୍ଟି କୋଭିଡ ଔଷଧ ୯୯୦ଟଙ୍କାରେ ଉପଲବ୍ଧ ହେବ ।

ସରକାରୀ ମେଡିକାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମେଡିସିନ୍ ନିଜ ନିଜ ଧାର୍ୟ୍ୟ ଡିସକାଉଣ୍ଟ ପ୍ରାଇସରେ ମିଳିପାରିବ । ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଅନ୍ୟ ଔଷଧ ଅପେକ୍ଷା ୨ଡିଜି ଔଷଧରେ ଅଢେଇ ଦିନ ପୂର୍ବରୁ ଭଲ ହେଉଛନ୍ତି ଆକ୍ରାନ୍ତ । ପ୍ରାଥମିକ ପର୍ୟ୍ୟାୟରେ ଦିଲ୍ଲୀ ଏମ୍ସର ରୋଗୀଙ୍କୁ ଦିଆଯାଇଛି। ହାଇଦ୍ରାବାଦ ସ୍ଥିତ ଡକ୍ଚର ରେଡ୍ଡୀ ଲାବ୍ରୋଟାରୀରେ ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓର ନ୍ୟୁକ୍ଲିଅର ମେଡିସିନ୍ ଓ ଆଲାଏଡ ସେଣ୍ଟର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ