Masthead

ଚିକିତ୍ସା ପାଇଁ ସରାଗାତ ଦାନ କଲେ ଛାତ୍ରୀ

ରେଙ୍ଗାଲି(ବଡ଼ ଖବର ବ୍ୟୁରୋ): ଶିଶୁର ଆଖି ଚିକିତ୍ସା ପାଇଁ ସରାଗାତ ଦାନ କଲେ ଛାତ୍ରୀ। ଛୋଟ ଛୋଟ ଛୁଆମାନେ ବାପା ମାଆଙ୍କ ଠାରୁ ପଇସା ନେଇ ସରାଗାତରେ ସଂଚୟ କରିଥାନ୍ତି । ଦୀର୍ଘ ବର୍ଷ ଧରି ସଂଚିଥିବା ପଇସାକୁ ଜଣେ ଶିଶୁକୁ ଦାନ କରିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ । ଯାହା ଆଜି ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲାରିପାଲି ଗାଁର ଅମର ତାଣ୍ଡିଆଙ୍କ ଝିଅ ରାକ୍ଷୀ ଦୀର୍ଘ ବର୍ଷ ହେବ ସରାଗାତରେ ପଇସା ସଂଚୁଥିଲେ ।

ତେବେ ସାହୁ କଲୋନୀର ୭ ବର୍ଷର ଶିଶୁ ମାନବ ଦାସଙ୍କ ଆଖିରେ ସମସ୍ୟା ଥିବା ଜାଣିବାକୁ ପାଇଥିଲେ ରାକ୍ଷୀ । ଏପରିକି ଚିକିତ୍ସା ନହେଲେ ମାନବ ଦୃଷ୍ଟି ଶକ୍ତି ହରାଇବେ ଜାଣିବାକୁ ପାଇ ରାକ୍ଷୀ ଘରେ କାନ୍ଦି ପକାଇଥିଲେ । ବାପାଙ୍କୁ ଅନୁରୋଧ କରିବା ସହ ତାଙ୍କର କୁପିକୁ ମାନବକୁ ଦେବାକୁ ଅନୁରୋଧ କରିଥିଲେ । ତେବେ ସେବା ସ୍ବେଚ୍ଛାସେବୀ ସଂଗଠନର କର୍ଣ୍ଣଧାର ଅମର ତାଣ୍ଡିଆ ସବୁବେଳେ ଏପରି କାର୍ୟ୍ୟକୁ ପ୍ରସଂଶା କରୁଥିବାବେଳେ ନିଜ ରାସ୍ତାରେ ଝିଅ ଚାଲୁଥିବା ଦେଖି ଖୁସି ହୋଇ ସରାଗାତ ଦାନ କରିବାକୁ ସହମତି ଦେଇଥିଲେ । ଫଳରେ ମାଟ୍ରିକ ପରୀକ୍ଷାରେ ବ୍ୟସ୍ତଥିବାରୁ ବାପାଙ୍କୁ ସରାଗାତ ଦାନ କରିବା ପାଇଁ ପଠାଇଥିଲେ ରାକ୍ଷୀ । ଯାହା ଆଜି ତାଙ୍କୁ ଜଣେ ଦରଦୀ ମଣିଷର ଆଖ୍ୟା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ