Masthead

ଦେଶ ପାଇଁ ଗୌରବ ଆଣିଥିବା ପ୍ରତିଭା ଏବେ ଦିନ ମଜୁରିଆ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ପାଇଁ ତିନି ଥର ପ୍ରତିନିଧିତ୍ଵ କରି ଦୁଇ ଥର ସ୍ଵର୍ଣ୍ଣ ପଦକ ଓ ଥରେ ବ୍ରୋଞ୍ଚ ପଦକ ହାସଲ କରିବା ସହିତ ଜାତୀୟ ଓ ରାଜ୍ୟସ୍ତରୀୟ ଅନେକ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ଶି ପଞ୍ଚାୟତ ତେଲାରି ଗ୍ରାମର ଅରୁଣ ସାନ୍ତା। ଦେଶ ପାଇଁ ଗୈାରବ ଆଣିବା ସହ ଏତେ ପ୍ରତିଭା ଥିବା ସତ୍ୱେ ବି ପର ପାଖରେ ମୂଲ ଲାଗି ଓ ଚାଷ କରି ଜୀବିକା ଅର୍ଜନ କରିବାକୁ ବାଧ୍ୟ ହୋଇଛନ୍ତି। କେନ୍ଦ୍ର କିମ୍ବା ରାଜ୍ୟ ସରକାର ଦୃଷ୍ଟି ଦେଇ ନାହାନ୍ତି ଏହି ପ୍ରତିଭାକୁ । ଦେଶ ପାଇଁ ଖେଳି ପାଠ ମଧ୍ୟ ପଢି ପାରି ନଥିଲେ । ତେଣୁ ଆଜି ମୂଲ ଲାଗିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି ଅରୁଣ ।

ପ୍ରଥମ ରୁ ତୃତୀୟ ଶ୍ରେଣୀ ଯାଏ ତାରାକାନାଡି ଚତୁର୍ଥ ରୁ ସପ୍ତମ ଶ୍ରେଣୀ ଯାଏ ବଡଭରଣ୍ଡି ଆଶ୍ରମ ବିଦ୍ୟାଳୟରେ  ପାଠ ପଢିଥିଲେ ଅରୁଣ । ସେହି ଠାରୁ ବ୍ରହ୍ମପୁର ହଷ୍ଟେଲରେ ରହି ଭାର ଉତ୍ତୋଳନ ତାଲିମ ନେଇ ଜାତୀୟ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଜୁନିଅର ଆନ୍ତର୍ଜାତୀୟ ସ୍ତରୀୟ କମନ ୱେଲଥ ଚମ୍ପିୟାନସିପ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ, ଏସିଆନ କପରେ ସ୍ଵର୍ଣ୍ଣ ଓ ୱାଲଡ ଚମ୍ପିୟାନସିପରେ ପ୍ରତିନିଧିତ୍ଵ ମଧ୍ୟ କରିଥିଲେ । ଅଲମ୍ପିକ୍ସରେ ଖେଳିବାର ଲକ୍ଷ ଥିଲା କିନ୍ତୁ ସରକାର ସହାୟତା ନମିଳିବାରୁ ଡ୍ରପ କରିଥିଲେ ।

କିଛି ଦିନ ଭୁବନେଶ୍ଵର ରହି ଗୋଟେ ଜିମରେ କାମ କରୁଥିଲେ । ଲକଡାଉନରେ ଘରକୁ ଚାଲି ଆସିଲା ପରେ ଚାଷ କାମ କରୁଛନ୍ତି ଅରୁଣ । ଉମରକୋଟରେ ଗୋଟିଏ ଏକାଡେମୀ ଖୋଲିବା ପାଇଁ ଇଚ୍ଛା ଥିବା ସତ୍ୱେ ଟଙ୍କା ଅଭାବରୁ ଖୋଲି ପାରିନଥିଲେ । ଲକ୍ଷ୍ୟ ଥିଲା ଅଲମ୍ପିକ୍ସରେ ଖେଳିବେ ଦେଶ ପାଇଁ ପଦକ ଆଣିବେ କିନ୍ତୁ ସହାୟତା ଅଭାବରୁ ସପ୍ନ ପୂରଣ ହୋଇ ପାରିଲା ନାହିଁ । ନିଜ ଗ୍ରାମରେ ରହି ଚାଷ କାମ ସହ ଏବେ ଦିନ ମଜୁରିଆ କାମ କରୁଛନ୍ତି । ସ୍ପୋର୍ଟସ ଏକାଡେମୀ ଖୋଲିବା ପାଇଁ ସରକାରୀ ସହାୟତା ଅପେକ୍ଷାରେ ଅଛନ୍ତି ଅରୁଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ