ବଜେଟ ୨୦୨୧ ଅପଡେଟ

ବଡ଼ ଖବର : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ସାଧାରଣ ବଜେଟ୍ ଆଗତ କରୁଛନ୍ତି । କରୋନା ମହାମାରୀ ପରେ ଏହା ପ୍ରଥମ ବଜେଟ୍ । ଚଳିତ ଥର ଡିଜିଟାଲ ବଜେଟ୍ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ବର୍ଷ ୨୦୨୧ ଐତିହାସିକ ବଜେଟ୍ । ଯାହା ଉପରେ ସାରା ଦେଶର  ରହିଛି ନଜର ।

ରେଲେୱେ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ ।

ରେଳ ଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ ।

୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ ହେବ ।

ବେଙ୍ଗଲୁରୁ ଏବଂ ଚେନ୍ନାଇ ମେଟ୍ରୋ ସଂପ୍ରସାରଣ ହେବ ।

୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କିମି NH ତିଆରି ହେବ ।

କେବଳ ପଶ୍ଚିମ ବଙ୍ଗରେ ଆଉ ୬୭୫ କିମି NH ହେବ ।

 

ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ କରିଡର ସଂପୂର୍ଣ୍ଣ କରାଯିବ ।

ଆଉ ୩ଟି ରେଳ ଫ୍ରେଟ କରିଡର ପାଇଁ ବଜେଟରେ ଘୋଷଣା ।

ଖଡ଼ଗପୁରରୁ ବିଜୟୱାଡ଼ା ହେବ ଇଷ୍ଟକୋଷ୍ଟ କରିଡ଼ର ।

ଇଷ୍ଟ-ୱେଷ୍ଟ କରିଡର ଏବଂ ନର୍ଥ-ସାଉଥ କରିଡ଼ର ପାଇଁ ବି ଘୋଷଣା ।

ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା ।

ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟରେ ବଡ଼ ଘୋଷଣା ।

ଉଜ୍ଜ୍ୱଳା ଯୋଜନା ସଂପ୍ରସାରଣ ପାଇଁ ଘୋଷଣା ।

 

ଜାମ୍ମୁ କାଶ୍ମୀରରେ ଗ୍ୟାସ୍ ପାଇପଲାଇନ ବିଛାଇବାକୁ ଘୋଷଣା ।

ଆଗାମୀ ୩ ବର୍ଷରେ ଆଉ ୧୦୦ ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ ।

ବୀମା କ୍ଷେତ୍ରରେ ୭୪%  ପାଇଁ ବଜେଟରେ ଘୋଷଣା ।

ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୪୨ଟି ସହର ପାଇଁ ୨୨୧୭ କୋଟି ଟଙ୍କା ଆବଣ୍ଟନ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨,୨୩,୮୪୬ କୋଟି ଟଙ୍କା ଖର୍ଚ୍ଚ ହେବ ।

ପାରାଦୀପରେ ହେବ ମାଛଧରା ହବ୍ ।

 

ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ପ୍ରତିଷ୍ଠା ହେବ ।

ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବଜେଟ୍‌ ୨୦୨୦-୨୧ରେ ଘୋଷଣା କରାଯାଇଛି ।

୪ କୋଟି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୩୫ହଜାର କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି ।

ଚଳିତ ବର୍ଷ ଗଗନୟାନ ମିଶନର ମାନ ପରୀକ୍ଷଣ ଡିସେମ୍ବରରେ କରାଯିବ ।

‘ଇଜ୍‌ ଅଫ୍‌ ଡୁଇଂ’ ବିଜନେସ୍‌ ଆଧାରରେ ଏକ ଟ୍ରିବ୍ୟୁନାଲ ଗଠନ କରାଯିବ । ଯାହା ବିଭିନ୍ନ କମ୍ପାନୀ ବିବାଦର ସମାଧାନ କରିବ ।ଭାରତରେ ଆଗାମୀ ଦିନରେ ହେବାକୁ ଥିବା ଜନଗଣନା ସଂପୂର୍ଣ୍ଣ ଭାବେ ଡିଜିଟାଲ୍‌ ମାଧ୍ୟମରେ ହେବ । ଏଥିପାଇଁ ୩୭୬୦ କୋଟି ଟଙ୍କା ଆଭଣ୍ଟିତ କରାଯାଇଛି ।

୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ଆଇପିଓ ଆଣିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ