Before Header

ଅପରାହ୍ନରେ ବନ୍ଦ ରହିବ ଶ୍ରୀମନ୍ଦିର

0 20

ପୁରୀ(ବଡ଼ ଖବର ବ୍ୟୁରୋ): ଶୁକ୍ରବାର ଅପରାହ୍ନ ୨ଟାରୁ ଶ୍ରୀମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି । ଏହି ନୀତି ସମ୍ପନ୍ନ ହେବ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ରହିଛି ।

ଅପରାହ୍ନରେ ଦଇତାପତି ସେବକମାନେ ଏହି ସେବା କରିବେ । ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ହେବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ ରାହୁରେଖା କୁହାଯାଏ। ରାହୁରେଖା ଲାଗିପରେ ଠାକୁରଙ୍କ ମହାସ୍ନାନ ନୀତି ବଢି ପରବର୍ତ୍ତୀ ନୀତି ଆରମ୍ଭ ହେବ ।

Leave A Reply

Your email address will not be published.