Masthead

ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ତୃତୀୟ ଦିନିକିଆ ଖେଳାଯିବ । ରାଜକୋଟରେ ମୁହାଁମୁହିଁ ହେବେ ଉଭୟ ଦଳ । ଅପରାହ୍ନ ୧.୩୦ ରେ ଆରମ୍ଭ ହେବ ଏହି ମ୍ୟାଚ୍ । ତେବେ ତୃତୀୟ ଦିନିକିଆ ପାଇଁ ଭାରତର ଯୁବ ଖେଳାଳି ଶୁବମନ ଗିଲ୍‌ ଓ ଶାର୍ଦ୍ଦୂଳ ଠାକୁରଙ୍କୁ ବିଶ୍ରାମ ଦିଆଯାଇଛି। ଶୁବମନ ଗିଲ୍‌ ପ୍ରଥମ ଦୁଇ ଦିନିକିଆରେ ଯଥାକ୍ରମେ ୭୪ ଓ ୧୦୪ ରନ ସଂଗ୍ରହ କରିଛନ୍ତି। ୫୦ ଓଭର ବିଶ୍ୱକପ୍‌ ବର୍ଷରେ ଗିଲ୍‌ ଏହି ଫର୍ମାଟରେ ପ୍ରଥମ ବ୍ୟାଟର ଭାବେ ୧ ହଜାର ରନ ପୂରଣ କରିବା ସହ ୧,୨୩୦ ରନ ସଂଗ୍ରହ କରିସାରିଛନ୍ତି। ତାଙ୍କର ଆଭରେଜ ୭୨.୩୫ ରହିଛି।

ସେପଟେ ଭାରତର ଆଗଧାଡ଼ି ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି ଦଳକୁ ଫେରିବା ସମ୍ଭାବନା ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ସିରିଜର ପ୍ରଥମ ୨ଟି ମ୍ୟାଚରେ ମଧ୍ୟ ପ୍ଲେଇଂ ଇଲେଭେନରେ ଅଂଶ ନଥିଲେ । କିନ୍ତୁ ଆଜିର ମ୍ୟାଚ୍ ପାଇଁ ପ୍ଲେଇଂ ଇଲେଭେନରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଭାରତୀୟ ଦଳକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଆଜିର ମ୍ୟାଚ ଜିତି ଭାରତ ସିରିଜ କ୍ଲିନ ସୁଇପ କରିବାକୁ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ମଧ୍ୟ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ