Masthead

କଟକକୁ ଫେରୁଛି ଶାନ୍ତି

କଟକ (ବଡ଼ ଖବର ବ୍ୟୁରୋ): ‘ଭାଇଚାରା’ର  ସହର କଟକକୁ ଶାନ୍ତି ଫେରୁଛି । ସହରର  ଜୀବନଯାତ୍ରାରେ ସ୍ୱାଭାବିକତା ଫେରାଇ  ଆଣିବାକୁ ସବୁ ସ୍ତରରେ, ସବୁ ମହଲରେ  ଉଦ୍ୟମ ଜାରି ରହିଛି । ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆଣିବା  ପାଇଁ ସହରରେ କର୍ଫ୍ୟୁ ଜାରି ହେବାର  ୨୪ ଘଣ୍ଟାରୁ ଅଧିକ ସମୟ ବିତିଛି ଇତିମଧ୍ୟରେ ।  ସ୍ଥିତିରେ ବେଶ ସୁଧାର ମଧ୍ୟ ଆସିଛି । ସାରା ସହର ପୁଲିସ ଫୋର୍ସ ବଳୟରେ  ରହିଥିବା ବେଳେ ପୁଲିସ ଡିଜି ୱାଇ. ବି. ଖୁରାନିଆ, ପୁଲିସ କମିସନର ଏସ୍‌.  ଦେବଦତ୍ତ ସିଂଙ୍କ ସମେତ ବହୁ ବରିଷ୍ଠ  ପୁଲିସ ଅଧିକାରୀ କଟକରେ କ୍ୟାମ୍ପ୍‌ କରି  ସ୍ଥିତି ଉପରେ ନଜର ରଖିଛନ୍ତି ।

ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ । ସିଏମସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର । ହ୍ୱାଟ୍ସଆପ, ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ ଓ ସ୍ନାପଚାଟ୍ ବନ୍ଦ । ୩୬ ଘଣ୍ଟିଆ କର୍ଫ୍ୟୁ ଆଜି ଦିନ ୧୦ଟାରେ ସମାପ୍ତ ହୋଇଛି ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର କଡ଼ା ପହରା ରହିଛି । ସହର ସାରା ପୋଲିସ ଛାଉଣୀ ରହିଛି । ଛକ ଛକରେ ପଇଁତରା ମାରୁଛନ୍ତି ସୁରକ୍ଷା ବଳ । ପାଟ୍ରୋଲିଂ ଓ ଚେକିଂ ଜାରି ରହିଛି । କିଛି ସ୍ଥାନରେ ରାସ୍ତା କଡ଼ରେ ଥିବା ଦୋକାନ ଖୋଲିଛି । ଜରୁରୀ ସେବା ପାଇଁ ପରିଚୟପତ୍ର ଯାଞ୍ଚ କରି ଛଡ଼ାଯାଉଛି ।

ବିଶୃଙ୍ଖଳା ଘଟଣା ପରେ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି । ଘଟଣାରେ ୩ଟି ମାମଲା ରୁଜୁ କରି ୮ଜଣଙ୍କୁ ଗିରଫ କରାଯାଇଛି । କୌଣସି ପ୍ରକାର ଗୁଜବରେ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ ।ଅକ୍ଟୋବର ୩ତାରିଖରେ ରାତିରେ ଦଶହରା ଭସାଣ ଶୋଭାଯାତ୍ରାରେ ଦରଘାବଜାର ଓ ହାତୀପୋଖରୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ସ୍ଥିତି ନିୟନ୍ତ୍ରଣକୁ ଫେରୁଥିବା ବେଳେ ଗତକାଲି ବାଇକ ରାଲି ବାହାରିଥିଲା । ତେବେ ଏଥିପାଇଁ ଅନୁମତି ନଥିବାରୁ ପୋଲିସ ଏହାକୁ ଅଟକାଇଥିଲା । ଏହାକୁ ନେଇ ପୋଲିସ ସହ ମୁହାଁମୁହିଁ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା