Masthead

ସୁନ୍ଦରୀକୁ ଝୁରୁଛି ସାତକୋସିଆ ବାଘୁଣୀ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ବନ୍ଧୁତ୍ୱ । ପରେ ବିଚ୍ଛେଦ । ବିଚ୍ଛେଦର ନିଆଁରେ ଏବେ ଜଳୁଛି ସାଥୀ ବାଘୁଣୀ । ସୁନ୍ଦରୀ ମହାରାଷ୍ଟ୍ର ଯିବା ପରେ ଏକା ହୋଇଯାଇଛି ବାଘୁଣୀ । ସାଙ୍ଗକୁ ହରାଇ ମନଦୁଃଖରେ ସାତକୋଶିଆ ଜଙ୍ଗଲରେ ବୁଲୁଛି ବାଘୁଣୀ । ସୁନ୍ଦରୀ ରହୁଥିବା ଏନକ୍ଲୋଜର ବା ଖୁଆଡ଼ ପାଖକୁ ଆସି ଏଣେ ତେଣେ ଚାହୁଁଛି। ଆଉ ଗର୍ଜନ କରି ତାର ସାଥୀ ସୁନ୍ଦରୀକୁ ମଧ୍ୟ ମନେ ମନେ ଖୋଜୁଛି। କିଛି ସମୟ ଖୋଜାଖୋଜି କରିବା ପରେ ନିରାଶ ହୋଇ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଉଛି। ଏପରି କିଛି ଘଟଣା ଏବେ ଦେଖିବାକୁ ମିଳିଛି ସାତକୋଶିଆର ରାଇଗୁଡାରେ।

ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ରାଇଗୁଡା ଠାରେ ନିର୍ମିତ ହୋଇଥିବା ଏନକ୍ଲୋଜର ବା ଖୁଆଡ଼ ମଧ୍ୟରେ ସୁନ୍ଦରୀ ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ବିତାଇଥିଲା। ତେବେ ଏହି ସମୟରେ ସାତକୋଶିଆର ପ୍ରକୃତି କୋଳରେ ଜନ୍ମ ନେଇଥିବା ବାଘବଂଶର ଶେଷ ବାଘୁଣୀ ସହ ଏହାର ବନ୍ଧୁତା ସ୍ଥାପନ ହୋଇଥିଲା। ଉଭୟ ମାଈ ବାଘୁଣୀ ହୋଇଥିଲେ ମଧ୍ୟ କେତେକ ସମୟରେ ଏମାନଙ୍କ ମଧ୍ୟରେ ଝଗଡା ଲାଗୁଥିଲା। ଆଉ କେତେକ ସମୟରେ ଦୁହେଁ ଉତ୍ତମ ବନ୍ଧୁ ଭାବେ ଚଳପ୍ରଚଳ କରୁଥିବା।

ବନବିଭାଗର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ତେବେ ଇତି ମଧ୍ୟରେ ବାଘୁଣୀ ସୁନ୍ଦରୀ ନିଜର ଜନ୍ମ ମାଟିକୁ ଫେରି ଯାଇଛି। ଆଉ ଖାଲି ହୋଇଯାଇଛି ସାତକୋଶିଆର କୋର ଜଙ୍ଗଲ ରାଇଗୁଡା। ସୁନ୍ଦରୀ ଏଠାରେ ଥିବା ସମୟରେ ପ୍ରାୟତଃ ବହୁ ସମୟରେ ଏହି ବୟସ୍କା ବାଘୁଣୀକୁ ତାର ଏନକ୍ଲୋଜର ପାଖରେ ବିଚରଣ କରୁଥିବା ବନବିଭାଗ ପ୍ରକାଶ କରିଛି। ଏହି ବୟସ୍କା ବାଘୁଣୀଟି ଖୁଆଡ଼ ବାହାର ପାଖରେ ବୁଲା ବୁଲି କରୁଥିବା ବେଳେ ଖୁଆଡ଼ର ଭିତର ପାର୍ଶ୍ୱରେ ସୁନ୍ଦରୀ ଏହା ସହ ପାଦ ମିଶାଇ ଖୁଆଡ଼ କୁ ଲାଗି ଚଳାବୁଲା କରିଥାଏ। ବେଳେ ବେଳେ ଦୁହେଁ ଏନକ୍ଲୋଜରରେ ଲାଗିଥିବା ଲୁହା ତାର ଜାଲି ଉପରକୁ ଚଢି ଗର୍ଜନ କରିବା ସହ ଆକ୍ରମଣାତ୍ମକ ଭଙ୍ଗୀରେ ନିଜର ଭାବ ଆଦାନ ପ୍ରଦାନ କରିଥାନ୍ତି।

ଏହି ସମୟ ମଧ୍ୟ ବହୁ ଥର ସାତକୋଶିଆର ଏହି ବୟସ୍କା ବାଘୁଣୀର ପଞ୍ଜାର ଚିହ୍ନକୁ ଠାବ କରିଛି ବନବିଭାଗ। କେତେକ ସମୟରେ ଏହି ସବୁ ଘଟଣା ମଧ୍ୟ ସିସିଟିଭିରେ ରେକର୍ଡ ହୋଇଛି। ହେଲେ ଏବେ ସେ ସବୁ ଚିତ୍ର ବଦଳି ଯାଇଛି। ସୁନ୍ଦରୀର ଘର ବାହୁଡା ପରେ ସାତକୋଶିଆରେ ଏକା ହୋଇ ଯାଇଛି ଏହି ବୟସ୍କା ବାଘୁଣୀ। ପୂର୍ବରୁ ମହାବୀର ସହ ଏହି ବାଘୁଣୀ ଚଳପ୍ରଚଳ କରୁଥିବା ବେଳେ ମହାବୀରର ମୃତ୍ୟୁ ପରେ ଏକାକୀ ହୋଇଯାଇଥିଲା। ଆଉ ଏବେ ପୁଣି ଥରେ ସୁନ୍ଦରୀ ଫେରିଯିବା ପରେ ଏହା ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛି।

ଅନ୍ୟପକ୍ଷେ ପରୋକ୍ଷ ଭାବେ ଏହି ବାଘୁଣୀ ପ୍ରତି ଏବେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ଜଣାପଡିଛି। କାରଣ ସୁନ୍ଦରୀ ଥିବା ସମୟରେ ଏହି ବାଘୁଣୀଟି ରାଇଗୁଡାର ଏନକ୍ଲୋଜର ପାଖାପାଖି ଅଞ୍ଚଳ ତଥା ରାଇଗୁଡା ଓ ରସଣ୍ଡା ଅଞ୍ଚଳରେ ବୁଲାଚଲା କରିଥିଲା। ଏହି ସବୁ ଜାଗାରେ ଲାଗିଥିବା ସିସିଟିଭି ଓ ଟ୍ରାପ କ୍ୟାମେରା ଦ୍ୱାରା ଏହାର ଗତିବିଧି ଉପରେ ବନବିଭାଗ ସହଜରେ ନଜର ରଖିପାରୁଥିଲା। ସୁନ୍ଦରୀ ଫେରିବା ପରେ କିଛିଦିନ ଏନକ୍ଲୋଜର ପାଖକୁ ଆସି ନିରାଶ ହେବା ପରେ ବାଘୁଣୀ କୋର ଜଙ୍ଗଲ ମଧ୍ୟକୁ ଚାଲି ଯାଉଛି।

ଏହାକୁ ଟ୍ରାକିଂ କରିବା ଏବେ ବନବିଭାଗ ପାଇଁ କାଠିକର ପାଠ ପାଲଟିବ। କାରଣ ଏହି ବାଘୁଣୀ ଦେହରେ କୌଣସି ଜିପିଏସ କିମ୍ବା ରେଡ଼ିଓ କୋଲାର ଖଞ୍ଜା ଯାଇନାହିଁ। ଏହା ସାତକୋଶିଆର ପ୍ରକୃତି କୋଳର ଜନ୍ମ ନେଇଥିବା ବାଘୁଣୀ। ଯଦି କୌଣସି ସମୟରେ ଏହା ଶିକାରୀଙ୍କ ହାବୁଡ଼ରେ ପଡ଼ିଯାଏ, ତେବେ ସାତକୋଶିଆରୁ ବାଘବଂଶ ସମ୍ପୂର୍ଣ୍ଣ ଲୋପ ପାଇଯିବ ବୋଲି ଆଶଙ୍କା କରାଯାଉଛି । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା