ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ

ମୋରଡ଼ା (ବଡ଼ ଖବର ବ୍ୟୁରୋ): ବୋରିଂ ମଟର ଚୋରି କରି ବିକିଦେଇ ଘରକୁ ଯାଉଥିବାବେଳେ ଧାରା ପଡିଲେ ୩ ଯୁବକ। ଘଣ୍ଟାଘଣ୍ଟା  ଗାଁ ଦାଣ୍ଡରେ ବାନ୍ଧି କଙ୍ଗାରୁ କୋର୍ଟରେ ବିଚାର କଲେ ଗ୍ରାମବାସୀ ଓ ସରପଞ୍ଚ। ଭିଡ଼ିଓ ହେଲା ଭାଇରଲ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିକଟା ମାଟିଆ ପଞ୍ଚାୟତ ସାମ୍ନାରେ । ୩ ଜଣ ଯୁବକ ବୋରିଂ ମଟର ଚୋରି କରି ବିକି ଦେଇଥିବାରୁ ସେମାନଙ୍କୁ ଧରି ଗଛରେ ବାନ୍ଧି ଏଭଳି ଦଣ୍ଡ ଦେଉଛନ୍ତି ଗ୍ରାମବାସୀ ।

ଆଇନକୁ ହାତକୁ ନେବା କେତେ ଦୂର ଯୁକ୍ତିଯୁକ୍ତ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୋରଡ଼ା ଅଞ୍ଚଳରେ ପୋଲିସର ନିଷ୍କ୍ରିୟତା ଜଳଜଳ ଦେଖାଯାଉଛି। ଚୋରିର ମାତ୍ରା ମୋରଡ଼ା ଅଞ୍ଚଳରେ ବଢିବଢି ଚାଲିଛି। କିନ୍ତୁ ପୋଲିସ ମାସ୍କ ଏବଂ ହେଲମେଟ ଚେକିଂରେ ବେସ୍ତ ଅଛନ୍ତି। ପୋଲିସର କାର୍ଯ୍ୟ କଳାପରେ ବାହୁ ମାତ୍ରରେ ମୋରଡ଼ା ଅଞ୍ଚଳବାସୀ ଅତିଷ୍ଠ ହେଲେଣି। ଜନ ଅସନ୍ତୋଷ ଧୀରେଧୀରେ ବଢି ଚାଲିଛି। ସାଧାରଣରେ ପୋଲିସ ପାଟ୍ରୋଲିଂ ଜୋରଦାର କରିବାକୁ ଦାବି ହେଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ