Masthead

ବିଭତ୍ସ ହତ୍ୟାକାଣ୍ଡ, କଟାମୁଣ୍ଡ ଉଦ୍ଧାର

ସୁନ୍ଦରଗଡ଼ (ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ଼ରେ ପୁଣି ବିଭତ୍ସ ହତ୍ୟାକାଣ୍ଡ । ଇବ୍ ନଦୀ ପଠାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ କରାଯାଇଛି ଉଦ୍ଧାର । ଗତ ଜାନୁଆରୀ ୧୪ ତାରିଖ ସୁନ୍ଦରଗଡ଼ ଟାଉନ ଥାନା ଭବାଣୀପୁର ଗାଁର ଗାଁସାଥୀକୁ ଖଣ୍ଡ ଖଣ୍ଡ କରି ଗାଁ ନିକଟ ପୋଖରୀରେ ଫିଙ୍ଗି ଦେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିିଷୟ ପାଲଟିଥିଲା । ଆଜି ଆଉ ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସଦର ଥାନା ବନ୍ଧପାଲି ନିକଟ ଇବ୍ ନଦୀ ପଠାରୁ ।

ନଦୀ ପଠାରୁ ଜଣେ ଯୁବକର କଟାମୁଣ୍ଡ, ଗୋଡ଼ ଏବଂ ଗଣ୍ଡି ମିଳିଛି । ଗତ ରାତିରେ ସଦର ଥାନା ପୋଲିସ ଏହି ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ । ସେପଟେ ଆଜି ଯୁବକଙ୍କ ଅନ୍ୟ ଅଙ୍ଗକୁ ଖୋଜୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ