ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଗଞ୍ଜାମରେ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲଗାଇଲେ ଜିଲ୍ଲାପାଳ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଶନିବାର- ରବିବାର ବନ୍ଦ ରହିବ ଗୋପାଳପୁର ଓ ସୁନାପୁର ବିଚ୍ । ଏହାସହିତ ସୋମବାର ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ମଧ୍ୟ ବନ୍ଦ ରହିବ ।
ଦିନକୁ ଦିନ ବଢୁଥିବା କୋଭିଡ ପାଇଁ ନିମ୍ନ ଲିଖିତ ନିଷ୍ପତ୍ତି ନିଆଯାଇଛି
୧. ପ୍ରତ୍ୟେକ ଶନିବାର ଓ ରବିବାର ଗୋପାଳପୁର, ସୋନପୁର ବେଳାଭୂମିକୁ ବନ୍ଦ ରଖାଯିବ
୨. ରାମଲିଙ୍ଗେଶ୍ୱର ପାର୍କ ଏବଂ ତାମ୍ପରାକୁ ସୋମବାର ବନ୍ଦ ରଖାଯିବ
୩. ମା ତାରାତାରିଣୀ ପୀଠ ପ୍ରତ୍ୟେକ ବୁଧବାର ସାନିଟାଇଜେସନ ପାଇଁ ବନ୍ଦ ରଖାଯିବଆପଣଙ୍କ ସହଯୋଗ କାମନା କରୁଛୁ.
— Collector & District Magistrate, Ganjam (@Ganjam_Admin) April 9, 2021
ଏନେଇ ଟ୍ୱିଟ୍ କରି ସୁଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି । ଆଜି ଗଞ୍ଜାମ ଜିଲ୍ଲାରୁ ୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ଆଗକୁ ଯେପରି କରୋନା ସଂକ୍ରମଣ ନ ବଢେ ଏହାକୁ ଲକ୍ଷ କରି ଗଞ୍ଜାମ ଜିଲ୍ଲାପାଳ ଏପରି ନିଷ୍ପତି ନେଇଛନ୍ତି ।