Masthead

ଭାଲୁ ଆକ୍ରମଣରେ ଠିକାଦାର ମୃତ

ରାଇଘର (ବଡ଼ ଖବର ବ୍ୟୁରୋ): ଭାଲୁ ଆକ୍ରମଣରେ ଜଣେ ପେଟି ଠିକାଦାରଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ବ୍ରିଜେଶ ଦ୍ଵିବେଦୀ । ତାଙ୍କ ଘର ସମ୍ବନ୍ଧରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ନବରଙ୍ଗପୁର ଵ୍ଳକ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର -ବିଶାଖାପାଟଣମ ନିର୍ମାଣଧିନ ଜାତୀୟରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ ଥିଲେ । ରାସ୍ତା ପାର୍ଶ୍ଵରେ ଠିକା କ୍ୟାମ୍ପରେ ଶ୍ରମିକଙ୍କ ସହ ରହୁଥିଲେ। ଆଜି ଭୋରୁ ଶୌଚ ପାଇଁ ଯିବାକୁ ବାହାରିଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ ଠିକାଦାର । ଏଭଳିକି ଭାଲୁ କବଳରୁ ମୁକୁଳିବା ପାଇଁ ଭାଲୁ ସହ ଦୀର୍ଘ ସମୟ ଧରି ଲଢେ଼ଇ କରିଥିଲେ । ଶ୍ରମିକ ଓ ଗାଁ ଲୋକ ଭାଲୁକୁ ଘଉଡେଇଵା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ଜଙ୍ଗଲି ଭାଲୁ ଶୀକାରରେ ଠିକାଦାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ