Masthead

ଆଜିଠୁ ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକଡାଉନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶୁକ୍ରବାର ରାତି ୮ରୁ ସୋମବାର ସକାଳ ପର୍ଯ୍ୟନ୍ତ ସମଗ୍ର ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକଡାଉନ୍ ସହ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ । ଜରୁରୀ ସେବାକୁ ଛାଡିଦେଲେ ଅନ୍ୟ ସବୁଥିରେ ପ୍ରତିବନ୍ଧକ ଲାଗୁ ହୋଇଛି । ଏଥିରେ ମୁମ୍ୱାଇ ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି କରିଛି । ରାୟପୁରରେ ମଧ୍ୟ ୧୦ ଦିନ ଯାଏଁ କଟକଣା ଲାଗୁ ହୋଇଛି । ମୁମ୍ୱାଇ, ଭୋପାଳ, ରାୟପୁର ସମେତ ବିଭିନ୍ନ ସ୍ଥାନରେ ଶୁକ୍ରବାରଠୁ ସପ୍ତାହାନ୍ତ ନାଇଟ କର୍ଫ୍ୟୁ ପାଳନ ହେବ । ଅନେକ ସ୍ଥାନରେ ମାର୍ଚ୍ଚରୁ ରାତ୍ରକାଳୀନ କର୍ଫ୍ୟୁ ଆରମ୍ଭ ହୋଇଗଲାଣି ।

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ତାଲାବନ୍ଦ ଭଳି କଠୋର ନିଷ୍ପତ୍ତି ନିଆଯାଇଛି । ଜରୁରୀ ସେବା ସହ ଛାତ୍ରଛାତ୍ରଙ୍କୁ ପରୀକ୍ଷା ଦେବାକୁ ମିଳିବ ଅନୁମତି । ସରକାରୀ, ବେସରକାରୀ ଅଫିସକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ମଧ୍ୟପ୍ରଦେଶରେ ଶୁକ୍ରବାର ସନ୍ଧ୍ୟା ୬ ରୁ ସୋମବାର ସକାଳ ୬ ଯାଏଁ ସପ୍ତାହାନ୍ତ ତାଲାବନ୍ଦ ରହିବ । ସେପଟେ ଏପ୍ରିଲ ୬ ତାରିଖରୁ ୯ ଦିନ ଯାଏଁ ଛତିଶଗଡରେ ଲକଡାଉନ୍ ଜାରି ରହିଛି । ଏପଟେ ଦିଲ୍ଲୀ, ନୋଏଡା, ଚଣ୍ଡୀଗଡ, ଗୁଜୁରାଟର ଅହମଦାବାଦ, ସୁରତ, ରାଜକୋଟରେ ନାଇଟକର୍ଫ୍ୟୁ ଚାଲିଛି। ଓଡ଼ିଶାର ସୁନ୍ଦରଗଡ, କଳାହାଣ୍ଡି, ବରଗଡ, ଝାରସୁଗୁଡା, ସମ୍ୱଲପୁର, ବଲାଙ୍ଗୀର, ନୂଆପଡା, ମାଲକାନଗିରି, କୋରାପୁଟ ପ୍ରଭୃତି ଜିଲ୍ଲାରେ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଛି । ବେଙ୍ଗାଲୁରୁରେ କାଲିଠାରୁ ନାଇଟ କର୍ଫ୍ୟୁ ଲାଗି କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା