Before Header

ଆଜିଠୁ ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକଡାଉନ

0 26

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶୁକ୍ରବାର ରାତି ୮ରୁ ସୋମବାର ସକାଳ ପର୍ଯ୍ୟନ୍ତ ସମଗ୍ର ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକଡାଉନ୍ ସହ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ । ଜରୁରୀ ସେବାକୁ ଛାଡିଦେଲେ ଅନ୍ୟ ସବୁଥିରେ ପ୍ରତିବନ୍ଧକ ଲାଗୁ ହୋଇଛି । ଏଥିରେ ମୁମ୍ୱାଇ ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି କରିଛି । ରାୟପୁରରେ ମଧ୍ୟ ୧୦ ଦିନ ଯାଏଁ କଟକଣା ଲାଗୁ ହୋଇଛି । ମୁମ୍ୱାଇ, ଭୋପାଳ, ରାୟପୁର ସମେତ ବିଭିନ୍ନ ସ୍ଥାନରେ ଶୁକ୍ରବାରଠୁ ସପ୍ତାହାନ୍ତ ନାଇଟ କର୍ଫ୍ୟୁ ପାଳନ ହେବ । ଅନେକ ସ୍ଥାନରେ ମାର୍ଚ୍ଚରୁ ରାତ୍ରକାଳୀନ କର୍ଫ୍ୟୁ ଆରମ୍ଭ ହୋଇଗଲାଣି ।

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ତାଲାବନ୍ଦ ଭଳି କଠୋର ନିଷ୍ପତ୍ତି ନିଆଯାଇଛି । ଜରୁରୀ ସେବା ସହ ଛାତ୍ରଛାତ୍ରଙ୍କୁ ପରୀକ୍ଷା ଦେବାକୁ ମିଳିବ ଅନୁମତି । ସରକାରୀ, ବେସରକାରୀ ଅଫିସକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ମଧ୍ୟପ୍ରଦେଶରେ ଶୁକ୍ରବାର ସନ୍ଧ୍ୟା ୬ ରୁ ସୋମବାର ସକାଳ ୬ ଯାଏଁ ସପ୍ତାହାନ୍ତ ତାଲାବନ୍ଦ ରହିବ । ସେପଟେ ଏପ୍ରିଲ ୬ ତାରିଖରୁ ୯ ଦିନ ଯାଏଁ ଛତିଶଗଡରେ ଲକଡାଉନ୍ ଜାରି ରହିଛି । ଏପଟେ ଦିଲ୍ଲୀ, ନୋଏଡା, ଚଣ୍ଡୀଗଡ, ଗୁଜୁରାଟର ଅହମଦାବାଦ, ସୁରତ, ରାଜକୋଟରେ ନାଇଟକର୍ଫ୍ୟୁ ଚାଲିଛି। ଓଡ଼ିଶାର ସୁନ୍ଦରଗଡ, କଳାହାଣ୍ଡି, ବରଗଡ, ଝାରସୁଗୁଡା, ସମ୍ୱଲପୁର, ବଲାଙ୍ଗୀର, ନୂଆପଡା, ମାଲକାନଗିରି, କୋରାପୁଟ ପ୍ରଭୃତି ଜିଲ୍ଲାରେ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଛି । ବେଙ୍ଗାଲୁରୁରେ କାଲିଠାରୁ ନାଇଟ କର୍ଫ୍ୟୁ ଲାଗି କରାଯିବ ।

Leave A Reply

Your email address will not be published.