Masthead

ତାଲିବାନକୁ ଆମେରିକାର କଡ଼ା ଚ୍ୟାଲେଞ୍ଜ

(ବଡ଼ ଖବର ବ୍ୟୁରୋ): ତାଲିବାନ ପକ୍ଷରୁ ବାରମ୍ବାର ଆମେରିକା ଓ ଅନ୍ୟ ଦେଶର ସେନା ଯବାନଙ୍କୁ ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡ଼ିବାକୁ କହିଛି। ଯଦି ଏହାପରେ ବି କେହି କାବୁଲରେ ରହିବେ, ତା’ହେଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସଂଗଠନ ପକ୍ଷରୁ ଧମକ ଦିଆଯାଇଥିଲା। ତେବେ ଆଫଗାନିସ୍ତାନ ଛାଡ଼ିବାକୁ ଅଗଷ୍ଟ ୩୧ର ଡେଡ ଲାଇନ ଧାର୍ଯ୍ୟ କରିଥିବା ତାଲିବାନକୁ ଆଜି ଆମେରିକା କଡ଼ା ଚ୍ୟାଲେଞ୍ଜ ଦେଇଛି।

ଆମେରିକା ପାଇଁ କେବେ ହେଲେ କୌଣସି ଡେଡ ଲାଇନ ନଥାଏ। ଡେଡ ଲାଇନ ପରେ ମଧ୍ୟ ଆମେରିକା ପୂର୍ବଭଳି କାବୁଲରେ ତା’ର ନାଗରିକ ଓ ସହଯୋଗୀମାନଙ୍କ ପାଇଁ କାମ କରିବ। ସେହିପରି ଅଗଷ୍ଟ ୩୧ ପରେ ବି ଉଦ୍ଧାର ଜାରି ରହିବ ବୋଲି ୱାଶିଂଟନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଆନ୍ଥୋନୀ ବ୍ଲିନକେନ କହିଛନ୍ତି, “ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ଆମ କାମରେ କେବେ ହେଲେ କୌଣସି ଡେଡ ଲାଇନ ନଥାଏ।

ଯେଉଁମାନେ ଆଫଗାନ ଛାଡ଼ିବାକୁ ଚାହୁଁଛନ୍ତି, ସେମାନେ ସମସ୍ତେ ଗୋଟିଏ କାର୍ଯ୍ୟକ୍ଷମ ଥିବା ଏୟାରପୋର୍ଟ ଓ ଅନ୍ତର୍ଜାତୀୟ ଚାପରେ ଉଦ୍ଧାର ହେବେ। ସେନା ପ୍ରତ୍ୟାହାର ପରେ ଆମେରିକା ଓ ତା’ର ସହଯୋଗୀମାନେ ତାଲିବାନ ଉପରେ ଚାପ ପକାଇ ଦେଶ ଛାଡ଼ିବାକୁ ଥିବା ଲୋକଙ୍କୁ ଉଦ୍ଧାର କରିବେ। ତାଲିବାନ ସର୍ବସମ୍ମୁଖରେ ଓ ବ୍ୟାକ ଚ୍ୟାନେଲରେ ଆମେରିକା, ଆଫଗାନ ନାଗରିକ ଓ ଅନ୍ୟ ଦେଶର ନାଗରିକଙ୍କ ସୁରକ୍ଷିତ ଏୟାରଲିଫ୍ଟ ପାଇଁ ପ୍ରତିଶ୍ରୁତି ଦେଇଛି। ଅଗଷ୍ଟ ୩୧ ପରେ ମଧ୍ୟ ଏହା ଜାରି ରହିବ।” ତାଲିବାନର ଏପରି ବୟାନ ପରେ ଆମେରିକା ପକ୍ଷରୁ ଏପରି ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ