Masthead

ଅକ୍ଟୋବର ମାସକୁ ‘ହିନ୍ଦୁ ଐତିହ୍ୟ ମାସ’ ଘୋଷଣା କଲା ଆମେରିକାର ଜର୍ଜିଆ ପ୍ରଦେଶ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆମେରିକାର ଜର୍ଜିଆ ପ୍ରଦେଶ ଅକ୍ଟୋବର ମାସକୁ ‘ହିନ୍ଦୁ ଐତିହ ମାସ’ ଭାବରେ ଘୋଷଣା କରିଛି । ଏପରିକି ଅକ୍ଟୋବର ମାସରେ ହିନ୍ଦୁ ସଂସ୍କୃତି ଓ ପରମ୍ପରାକୁ ମିଳିତ ଭାବରେ ପାଳନ କରାଯିବ । ଜର୍ଜିଆର ଗଭର୍ଣ୍ଣର ବ୍ରିଆନ କେମ୍ପଙ୍କ ପକ୍ଷରୁ ଏସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହା ସହିତ କେମ୍ପ କହିଛନ୍ତି ଯେ ହିନ୍ଦୁ ଧର୍ମରେ ଯେଉଁସବୁ ଉତ୍ସବ ପାଳନ କରାଯିବ ତାହା ଏଠାରେ ମଧ୍ୟ ପାଳନ କରାଯିବ । ଅକ୍ଟୋବରମାସକୁ ଐତିହ ମାସ କୁହାଯାଇଛି କାରଣ ଏହି ମାସଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ମାସ । କାରଣ ଏହି ମାସରେ ପ୍ରମୁଖ ଉତ୍ସବ ସବୁ ପାଳନ କରାଯାଏ ।

ଯେପରିକି ନବରାତ୍ରୀ, ଦୀପାବଳି, ଆଦି ପର୍ବ ପାଳନ କରାଯାଏ । ଏଥିସହିତ କେମ୍ପ କହିଛନ୍ତି ଯେ ହିନ୍ଦୁ ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧକୁ ଅସୁସରଣ କରିବା ଦ୍ୱାରା ମଣିଷ ଜୀବନର ଅନେକ ସମସ୍ୟାର ସମାଧାନ ହୋଇଥାଏ । ଜର୍ଜିଆ ସରକାରଙ୍କ ବିଜ୍ଞପ୍ତିରେ ହିନ୍ଦୁ ଧର୍ମକୁ ବିଶ୍ୱର ତୃତୀୟ ବୃହତ ଧର୍ମ ଭାବରେ ବିବେଚନା କରାଯାଇଛି । କାରଣ ବିଶ୍ଵର ୧୦୦କୋଟିରୁ ଉର୍ଦ୍ଧ ଲୋକ ଏହିଧର୍ମକୁ ଅନୁସରଣ କରୁଛନ୍ତି । ଏପରିକି ଆମେରିକାରେ ପ୍ରାୟ ୩୦ଲକ୍ଷ ଲୋକ ଏହି ଧର୍ମ ଅନୁସରଣ କରିଆସୁଛନ୍ତି । ଜର୍ଜିଆ ସରକାରଙ୍କ ଏପରି ନିଷ୍ପତିକୁ ଉତ୍ତର ଆକେରିକା ର ହିନ୍ଦୁ ସମନ୍ୱୟ ସଂଗଠନ ପକ୍ଷରୁ ସ୍ୱାଗତ କରାଯିବା ସହିତ ଗଭର୍ଣ୍ଣର କେମ୍ପଙ୍କୁ ଧନ୍ୟବାଦ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା