Masthead

ଋଣ ପୈଠ କରିନପାରିବାରୁ ନର୍ସିଂହୋମରେ ତାଲା

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବିନାୟକ ନର୍ସିଂହୋମରେ ତାଲା ପକାଇଲା ଅର୍ଥ ଲଗାଣକାରୀ ସଂସ୍ଥା । ୩ କୋଟିରୁ ଅଧିକ ଟଙ୍କା ଋଣ ନେଇ ପୈଠ ନକରିଥିବାରୁ ନର୍ସିଂହୋମରେ ତାଲା ପଡିଛି । ବିନାୟକ ନର୍ସିଂହୋମ ଏକ ଘରୋଇ ବ୍ୟାଙ୍କରୁ ୩କୋଟିରୁ ଅଧିକ ଟଙ୍କା ନେଇ ନିଜର ନର୍ସିଂହୋମ କରିଥିଲେ । ବ୍ୟାଙ୍କ ସୁଚନା ମୁତାବକ ମାସକୁ ମାସ ଋଣର କିସ୍ତି ପୈଠ କରିବା କଥା ତାହା ନକରି ବ୍ୟାଙ୍କକୁ ଫାଙ୍କି ଚାଲିଥିଲେ ।

 

ଦୀର୍ଘ ମାସହେବ ବ୍ୟାଙ୍କ କିସ୍ତି ଖିଲାପ ହେବାରୁ ବାରମ୍ବାର ବ୍ୟାଙ୍କ ନୋଟିସ ପଠାଇବା ସତ୍ୱେ ଋଣ ପୈଠ ନକରି ଅର୍ଥ ଲଗାଣକାରି ସଂସ୍ଥାକୁ ନାଲି ଆଖି ଦେଖାଇ ଆସୁଥିଲେ ନର୍ସିଂହୋମର ମାଲିକ ମୁକ୍ତିକାନ୍ତ ସାହୁ । ସୁଚନା ଯୋଗ୍ୟ ମୁକ୍ତିକାନ୍ତ ସାହୁ ୟୂନିୟନ ବ୍ୟାଙ୍କରୁ ନିଜର ନର୍ସିଂହୋମ କରିବା ପାଇଁ ୩କୋଟିରୁ ଅଧିକ ଟଙ୍କା ରୁଣ ନେଇଥିଲେ । ଠିକ ସମୟରେ ଋଣ ପୈଠ କରିବା ବିଳମ୍ବ ହେବାରୁ ଉକ୍ତ ଅର୍ଥ ଲଗାଣକାରି ସଂସ୍ଥାର ମ୍ୟାନେଜର ଏବଂ ସ୍ଥାନୀୟ ପୋଲିସ, ମାଜିଷ୍ଟ୍ରେଟ ଉପସ୍ଥିତିରେ ଉକ୍ତ ନର୍ସିଂହୋମ ସିଲ କରିଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା