Masthead

ପାଣି ଘେରରେ ଗାଁ, ଯାଇପାରିଲାନି ଆମ୍ବୁଲାନ୍ସ ଟେକା ହୋଇଗଲେ ରୋଗୀ

ବୋଲଗଡ଼(ବଡ଼ ଖବର ବ୍ୟୁରୋ): ଚାରିଆଡେ ଛେଚୁଛି ବର୍ଷା । ସାରା ରାଜ୍ୟ ଏବେ ବର୍ଷା କବଳରେ । ଏପରି ସମୟରେ ପାଣି ଭିତରେ ପାରିହୋଇ ଯାଉଛନ୍ତି ରୋଗୀ। ଗାଁରେ  ନାହିଁ ରାସ୍ତା । ଗାଁକୁ ଆମ୍ବୁଲାନ୍ସ ନଯିବାରୁ ଟେକା ହୋଇଗଲେ ମହିଳା ଗାଁକୁ ଆମ୍ବୁଲାନ୍ସ ନଯିବାରୁ ଟେକା ହୋଇଗଲେ ମହିଳା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର କୁସୁପଲା ଗାଁରେ । ଆଜି ପର୍ଯ୍ୟନ୍ତ  ଗାଁରେ ନାହିଁ ପକ୍କା ରାସ୍ତା । କାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି ଗ୍ରାମବାସୀ ।

ତେବେ ଲଘୁଚାପ ବର୍ଷା ଯୋଗୁଁ ଗାଁରେ ଥିବା ପୋଲ ଉପରେ ୪ ଫୁଟ ପାଣି । ଗାଁର ବାସ ବଳିଆରସିଂ ନାମକ ମହିଳା ବହୁତ ଦିନ ହେଲା ରୋଗରେ ପୀଡିତ ଥିଲେ । ଦେହ ଅତ୍ୟନ୍ତ ଖରାପ ହେବାରୁ ଆମ୍ବୁଲାନ୍ସ ଡକାଇଥିଲେ । ପୋଲ ଉପରେ ପାଣି ହୋଇଥିବାରୁ ଆମ୍ବୁଲାନ୍ସ ଆସି ପାରି ନଥିଲା । ଗ୍ରାମର କିଛି ଯୁବକଙ୍କ ସହାୟତାରେ ଟେକି ନେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ