Masthead

ହଳଦିଗଡ଼ିଆ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ନିରବ

କୋରେଇ(ବଡ଼ ଖବର ବ୍ୟୁରୋ): କୋରେଇ ବ୍ଲକ ହଳଦିଗଡ଼ିଆ ଗ୍ରାମରେ ପୂର୍ବତନ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ। । ହଳଦିଗଡ଼ିଆ ଗ୍ରାମର ଯୁବ ନେତା, ପୂର୍ବତନ ସମିତି ସଭ୍ୟ ପ୍ରାର୍ଥୀ ଓ ଯୁବ ସାମ୍ବାଦିକ ତପନ ମିଶ୍ରଙ୍କୁ ମରାନ୍ତଙ୍କ ଆକ୍ରମଣ ଅଭିଯୋଗକୁ ୧୩ଦିନ ପୂରିଗଲାଣି କିନ୍ତୁ ପୋଲିସ ନିରବ। ଆସାମୀଙ୍କୁ ଘଣ୍ଟ ଘୋଡାଉଛି କୋରେଇ ପୋଲିସ । ରାସ୍ତା ଖରାପ ଓ ବହୁ ଦୁର୍ନୀତିକୁ ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ କରୁଥିବାରୁ ଏଭଳି ଆକ୍ରମଣ ହୋଇଛି। ଗତ ୪ ତାରିଖ ଦୁର୍ନୀତି ନେଇ ୱାର୍ଡ ମେମ୍ବରଙ୍କୁ ପଚାରିବାରୁ ଉଭୟଙ୍କ ଭିତରେ ବଚସା ହୋଇଥିଲା ।

ତାଙ୍କ ନାଁରେ ଦଳିତ ଜାତିଆଣ କେସ କରିବେ ବୋଲି ଧମକ ଦେବା ସହ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ସରପଞ୍ଚ ଓ ସରପଞ୍ଚଙ୍କ ଭାଇ । ଏହି ଘଟଣାକୁ ନେଇ ହଳଦିଗଡ଼ିଆ ୱାର୍ଡ ମେମ୍ବରଙ୍କ ପରିବାର ଲୋକେ ଅତି ନୁର୍ଶଂସ ଭାବେ ପୂର୍ବତନ ସମିତିସଭ୍ୟ ତପନ ମିଶ୍ରଙ୍କୁ ବାଡେଇ ଲହୁଲୁହାଣ କରିଥିଲେ। ପରିବାର ଲୋକେ ଉଦ୍ଧାର କରି କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେପଟେ କୋରେଇ ପୋଲିସ ଖାଲି ମାମଲା ରୁଜୁ କରି ଦୋଷୀଙ୍କୁ ଗିରଫ ନକରିବା ଘଟଣା ସାଧାରଣ ପ୍ରଶ୍ନ ହେଉଛି।

ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଦବଙ୍ଗଗିରି,

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର