Masthead

ଲଗାଣ ବର୍ଷାର ତାଣ୍ଡବ, ଭାଙ୍ଗିଲା ପେରିପେରିଆ ପୋଲ

ପରଜଙ୍ଗ (ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାର ତାଣ୍ଡବ ଯୋଗୁଁ ଭାଙ୍ଗିଲା ପେରିପେରିଆ ପୋଲ । ୫୩ନମ୍ବର ଜାତୀୟ ରାଜପଥ ଯାତାୟାତ ସମ୍ପୂର୍ଣ୍ଣ ଠପ। ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ସମଗ୍ର ଓଡ଼ିଶା । ରେଡ ଆଲର୍ଟରେ ଥିବା ଢେଙ୍କାନାଳର ସ୍ଥିତି ସଙ୍ଗୀନ ହୋଇଛି । ପରଜଙ୍ଗ ବ୍ଲକ ୫୩ ନଂ ଜାତୀୟ ରାଜପଥର ଶିଆରିମାଳିଆ ଗାଁ ଛକ ନିକଟରେ ଥିବା ପେରିପେରିଆ ନାଳଟି ଭାଙ୍ଗି ଯିବା ଯୋଗୁଁ ତାଳଚେର-ଡୁବୁରୀ ଯାତାୟାତ ଠପ ହୋଇ ପଡିଛି । ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି ।

କୁନାଲ ଷ୍ଟ୍ରକଚର ପ୍ରାଇଭଟ ଲିମିଟେଡ କମ୍ପାନୀ ୫୩ନଂ ଜାତୀୟ ରାଜପଥ ବ୍ରିଜ ନିର୍ମାଣ କରୁଥିବାବେଳେ ଆପ୍ରଚ ରୋଡ଼ କରିଥିବା ରାସ୍ତାଟି ପାଣି ଆସିବା ଫଳରେ ଭାଙ୍ଗି ଯାଇଥିଲା । ଦୁଇ ବର୍ଷ କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା କାର୍ଯ୍ୟ ଶେଷ କରିପାରି ନଥିବାରୁ ଆଜି ଏପରି ଅବସ୍ଥା ହୋଇ ଥିବାରୁ ଜନ ସାଧାରଣ ଲୋକ ଯାତାୟତ ଠପ ହୋଇଯାଇଛି ।

ସେହିପରି ରେଙ୍ଗାଳୀ ବାମ ପାର୍ଶ୍ୱ କେନାର ବଡଝରା-ଜଡାପାଳ ପୂର୍ତ୍ତ ବିଭାଗ ରାସ୍ତାର ଯୌତୁକପଶି ଗାଁ ନିକଟରେ ରାସ୍ତାଟି ଭାଙ୍ଗି ଯିବା ଯୋଗୁଁ ଆଖପାଖ ଗାଁର ପ୍ରାୟ ୫ ଗୋଟି ପଞ୍ଚାୟତର ଲୋକ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଏପରିକି ଏକ ଟ୍ରକ ରାସ୍ତାର ଏକ ଗାତ ଭିତରେ ପଡି ଫସି ରହିଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି