Before Header

ଭାଇ ପୋଛିଦେଲା ଭଉଣୀ ମଥା ସିନ୍ଦୂର

0 161

ସୋର (ବଡ଼ ଖବର ବ୍ୟୁରୋ): ମଦୁଆ ଭିଣେଇକୁ ସାବାଡ଼ କରିବାକୁ ଆସି ଭଉଣୀର ସିନ୍ଦୂର ପୋଛିଲା ଭାଇ । ନିଶାଗ୍ରସ୍ତ ସ୍ୱାମୀର ଅତ୍ୟାଚାର ସହି ନପାରି ସ୍ୱାମୀକୁ ସାବାଡ଼ କରିବା ପାଇଁ ଭାଇକୁ ଡାକିଥିଲା ଭଉଣୀ । ଉତକ୍ଷିପ୍ତ ଭାଇ ଭଉଣୀ ଘରେ ପହଞ୍ଚି ଏମିତି ମାଡ ମାରିଲା ଯେ ଏକା ଥରକେ ଭିଣେଇ ଚାଲିଗଲେ ଆରପାରିକୁ । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ କୁଡେଇ ଗ୍ରାମରେ ।

ଶନିବାର ଏହି ଗ୍ରାମର ଯୁଧିଷ୍ଠିର ପ୍ରଧାନଙ୍କ ପୁଅ ସଞ୍ଜୟ ପ୍ରଧାନ ମହୁମୁହାନ ପଞ୍ଚାୟତ ଗହିରା ପଦା ଗ୍ରାମର ନାରାୟଣ ସାହୁଙ୍କ ଝିଅ କୌଶଲ୍ୟକୁ ବିବାହ କରିଥିଲେ । ସଞ୍ଜୟ ଅଧିକାଂଶ ଦିନ ନିଶାଗ୍ରସ୍ତ ହୋଇ ଘରକୁ ଫେରି ସ୍ତ୍ରୀକୁ ମାଡ ମାରିବା ସହିତ ମାନସିକ ନିର୍ୟାତନା ଦେଇଅସୁଥିଲେ । ଶନିବାରସଞ୍ଜୟ କୌଶଲ୍ୟାଙ୍କୁ ଅତ୍ୟଧିକ ମାର ଧର କରିବା ସମୟରେ ସେ ତାଙ୍କର ଭାଇ ଜଗଦା ସାହୁଙ୍କୁ ଡାକିଥିଲେ । ଜଗଦା ସେଠାରେ ପହଂଚି ସଂଜୟଙ୍କୁ ନିର୍ମମ ମାଡ଼ ମାରିଥିଲେ ।

ସଞ୍ଜୟ ଗୁରୁତର ହୋଇପଡିବାରୁ ତାଙ୍କୁ ଦାଦା ଗୌରାଙ୍ଗ ପ୍ରଧାନ ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ମୃତ ସଂଜୟର ଭଉଣୀ ସ୍ୱପ୍ନାରାଣୀ ଖୁଣ୍ଟିଆ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଜଗଦା ଏବଂ କୌଶଲ୍ୟାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.