Masthead

ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହେଲେ ମହିଳା, ପ୍ରେମ ବିବାହ ପରେ ପ୍ରତାରଣ କଲା ସ୍ୱାମୀ

ଦଶରଥପୁର(ବଡ଼ ଖବର ବ୍ୟୁରୋ): ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହେଲେ ମହାରାଷ୍ଟ୍ର ମହିଳା । ପ୍ରଥମେ ପ୍ରେମ, ତାପରେ ବିବାହ ଶେଷରେ ପ୍ରତାରଣା କରି ଫେରାର ମାରିଲା ସ୍ବାମୀ। ଭଲପାଇ ବିବାହ ପରେ ସ୍ତ୍ରୀ ହାତ ଅଧବାଟ ରେ ଛାଡ଼ିଦେଲେ ସ୍ବାମୀ। ଏନେଇ ତିନି ଛୁଆଙ୍କୁ ଧରି ନିଜ ହକ ଏବଂ ନ୍ୟାୟ ପାଇବା ନିମନ୍ତେ ଥାନାର ଦ୍ୱାରସ୍ତ ହୋଇଛନ୍ତି ମହିଳା ଜଣକ। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନନ୍ଦିପୁର ପଞ୍ଚାୟତ ବାବଲପୁର ଗ୍ରାମରେ, ଏହି ଗ୍ରାମର ପ୍ରଭାତ ଜେନା ଉତ୍ତରପ୍ରଦେଶର ଦେୱରିୟା ଜିଲ୍ଲାରେ ଚାକିରି କରିଥିଲେ। ଦେୱରିୟାର ଏକ ଯୁବତୀ ପୁଜା ଜେନାକୁ ଭଲପାଇ ଥିଲେ ପରେ ମନ୍ଦିରରେ ବିବାହ କରିଥିଲେ। କିଛି ଦିନ ପରେ ଉଭୟ ମହାରାଷ୍ଟ୍ରରେ ଏକ ଭଡ଼ା ଘରେ ରହୁଥିଲେ। ବିବାହର ୧୧ ବର୍ଷ ଭିତରେ ୩ଟି ସନ୍ତାନ ହୋଇଛି।

ପ୍ରଭାତ ୯ ମାସ ହେବ ସ୍ତ୍ରୀ ଓ ୩ ଛୁଆକୁ ମହାରାଷ୍ଟ୍ରରେ ଛାଡ଼ି ଫେରାର ହୋଇଯାଇଛି। ସ୍ୱାମୀ ସହ ଯୋଗାଯୋଗ ବିଛିନ୍ନ ହେବାରୁ ସନ୍ଦେହ କରି ପୂଜା ମହାରାଷ୍ଟ୍ରରୁ ବାବଲପୁର ସ୍ଥିତ ପ୍ରଭାତଙ୍କ ଘରେ ପହଞ୍ଚିଛନ୍ତି। ପ୍ରଭାତର ଆଉ ଗୋଟେ ସ୍ତ୍ରୀ ଓ ଦୁଇଟି ସନ୍ତାନ ଥିବା ଜାଣିବାକୁ ପାଇଲେ। ପୁଜା ନିଜ ପରିଚୟ ଦେବାରୁ ଶାଶୁଘର ଲୋକ ପୁଜାକୁ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେବାରୁ ଶେଷରେ ଯାଜପୁର ଜିଲ୍ଲା ଦଶରଥପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ପୋଲିସର କାର୍ୟ୍ୟାନୁଷ୍ଠାନ ଶିଥିଳ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ୨ ଦିନ ଭିତରେ ପୋଲିସ ଠାରୁ ନ୍ୟାୟ ନ ପାଇଲେ ଥାନା ସାମ୍ନାରେ ଧାରଣା ଦେବେ ବୋଲି ପୁଜା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ