Masthead

ଭିକ୍ଷା ବୃତ୍ତି କରି ଜୀବନ ବିତାଉଛନ୍ତି ବିଜେଡି କାଉନସିଲର

ସୋର(ବଡ଼ ଖବର ବ୍ୟୁରୋ):  ସରକାରଙ୍କ ବିକାଶର ଚିତ୍ର କଣ ତାହା ସାମ୍ନାକୁ ଆସିଛି। ଭିକ୍ଷା ବୃତ୍ତି କରି ଜୀବନ ବିତାଉଛନ୍ତି ବିଜେଡି କାଉନସିଲର ଦୁର୍ଗା ସିଂ । ସରକାରଙ୍କ ବିକାଶର ଚିତ୍ର କଣ ତାହା ସାମ୍ନାକୁ ଆସିଛି। ଯେଉଁଠିକି ବିକାଶର ସଂଜ୍ଞା ଖୋଜିଲେ ଲଜିତ ହେବାକୁ ପଡ଼ିବ । ଯିଏ ଲୋକଙ୍କ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରିବା କଥା ସେ ନିଜେ ନିଜ ପାଇଁ ଲଢୁଛନ୍ତି। ଏମିତି ଏକ ଘଟଣା ସୋର ପୌରାଞ୍ଚଳ ସାତ ନମ୍ବର ୱାର୍ଡର ପାରାମହଲା ଗ୍ରାମରୁ ଆସିଛି । ଏହି ଗ୍ରାମର ଦୁର୍ଗା ସିଂ ଗତ ୨୦୨୨ ମାର୍ଚ୍ଚ ମାସରେ ହୋଇଥିବା ପୌର ନିର୍ବାଚନରେ ବିଜେଡି ଦଳ ତରଫରୁ ପାରିଷଦ ଭାବେ ଲଢ଼ି ୧୩୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ।

କିନ୍ତୁ ବଡ଼ ବିଡ଼ମ୍ବନାର ବିଷୟ ନିଜେ ଜଣେ ସରକାରୀ ଦଳର ପାରିଷଦ ହୋଇଥିଲେ ମଧ୍ୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ନିଜର ତିନି ବର୍ଷର ଶିଶୁ କନ୍ୟା ଓ ଚାରି ମାସର ଶିଶୁ ପିତ୍ରାକୁ ନେଇ ଭିକ୍ଷାବୃତି କରି ଚଳୁଛନ୍ତି। ନିଜର କୌଣସି ଜମି କିମ୍ବା ଘର ଖଣ୍ଡେ ନାହିଁ। ଅନ୍ୟ ଲୋକଙ୍କ ଜାଗାରେ ପଲାଟିଏ ମାରି ରହୁଥିବା ବେଳେ ବର୍ଷା କାରଣରୁ ତାହା ଭାଙ୍ଗିଯାଇଛି । ଫଳରେ ରାତିରେ ପଡ଼ୋଶୀଙ୍କ ବାରଣ୍ଡାରେ ଦୁଇ ପିଲା ଙ୍କୁ ଧରି ରାତି ବିତାଉଥିବା ବେଳେ ଦିନରେ ଅନ୍ୟ ଲୋକଙ୍କ ଘରେ ମୂଲ ଓ ଭିକ୍ଷା ବୃତ୍ତି କରି ଜୀବନ ଜିଉଁଛନ୍ତି। କାନ୍ଦି କାନ୍ଦି ସରକାର ଙ୍କ ବିରୋଧ ରେ ବିଷାଦ ଗାର କରିଛନ୍ତି ଖୋଦ ବିଜେଡି କାଉନସିଲର କ୍ଷ ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ଙ୍କ ଘର ଠାରୁ ମାତ୍ର ୫୦୦ ମିଟର ଦୂର ରେ ରହୁଥିବା ଏହି ଗରିବ ମହିଳା କାଉନସିଲର ଙ୍କ ଅବସ୍ଥା ଯଦି ଏମିତି ତେବେ ସାଧାରଣ ଗରିବ ଲୋକଙ୍କ ବିକାଶ କେତେ ହୋଇଛି ତାହା ସ୍ପଷ୍ଟ ଭାବରେ ଅନୁମାନ କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ