Masthead

ସିକ୍କିମ ବନ୍ୟା, ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିକ୍କିମରେ ବନ୍ୟା । ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି । ଏବେ ବି ଶତାଧିକ ନିଖୋଜ । ସିକିମ୍‌ରୁ ୨୬ ମୃତଦେହ ମିଳିଥିବାବେଳେ ୩୦ ମୃତଦେହ ପଶ୍ଚିମବଙ୍ଗର ତିସ୍ତା ନଦୀ ଅବବାହିକାରୁ ମିଳିଛି। ଯବାନଙ୍କ ସମେତ ୧୪୨ ଜଣଙ୍କ ପତ୍ତା ମିଳୁ ନ ଥିବାରୁ ଖୋଜାଖୋଜି ଜାରି ରହିଛି। ସିକ୍କିମର ମଙ୍ଗାନ ଜିଲାରୁ ୪ ମୃତଦେହ ମିଳିଥିବାବେଳେ ଗାଙ୍ଗଟକ୍‌ରୁ ୬, ପକ୍ୟୋଙ୍ଗ୍‌ ଜିଲାରୁ ୭ ଯବାନଙ୍କ ସମେତ ୧୬ ମୃତଦେହ ମିଳିଛି। ସେହିପରି ପଶ୍ଚିମବଙ୍ଗର ତିସ୍ତା ଅବବାହିକାରେ ଥିବା ସିଲିଗୁଡ଼ି, ଜଲପାଇଗୁଡ଼ି, କୁଚ୍‌ ବିହାର ଜିଲାରୁ ଅନ୍ୟ ୩୦ ମୃତଦେହ ଠାବ ହୋଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ ବାଦଲଫଟା ବର୍ଷାଜନିତ ବନ୍ୟା ଆସି ୨୫,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ୧,୨୦୦ରୁ ଅଧିକ ଘର ଭାଙ୍ଗିଛି ଓ ୧୩ ବ୍ରିଜ୍‌ ଭାସିଯାଇଛି। ବନ୍ୟାରେ ୨୩ ଯବାନଙ୍କ ସମେତ ସାମରିକ ସରଞ୍ଜାମ, ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଭାସିଯାଇଥିଲା। ବନ୍ୟା ଅଞ୍ଚଳରୁ ୨,୪୧୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୬,୮୭୫ ଜଣ ୨୨ଟି ରିଲିଫ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ ପ୍ରତି ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହ କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ତୁରନ୍ତ ୨,୦୦୦ ଟଙ୍କା ଲେଖାଏ ରିଲିଫ୍‌ ସହାୟତା ଯୋଗାଇଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି