Masthead

‘ମହିଳା ସଂରକ୍ଷଣ ବିଲ କେବଳ ଭାରତରେ ନୁହେଁ,ବିଶ୍ୱର ଗଣତନ୍ତ୍ରରେ ପ୍ରଭାବ ପକାଇବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗଣେଶ ପୂଜା ଦିନ ନାରୀ ଶକ୍ତି ବନ୍ଦନ ବିଧେୟକ ପାସ ହୋଇଛି । ମହିଳା ସଂରକ୍ଷଣ ବିଲ ସଂସଦରେ ପାସ ହେବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି, ମହିଳା ସଂରକ୍ଷଣ ବିଲର ପ୍ରଭାବ କେବଳ ଭାରତ ନୁହେଁ ବିଶ୍ୱର ଗଣତନ୍ତ୍ରରେ ପ୍ରଭାବ ପକାଇବ । ବିଲର ଇତିହାସ ଉପରେ ସୂଚନା ଦେଲେ ଧର୍ମେନ୍ଦ୍ର । ବିଭିନ୍ନ ସମୟରେ କିଭଳି ବିଲ ପାସ ହୋଇପାରିନଥିଲା ତାହା ମାନେ ପକାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

 

ହେଲେ ଏବେ ଐତିହାସିକ ମହିଳା ବିଲ ପାସ କରିଛନ୍ତି ମୋଦି ସରକାର । ସବୁ ରାଜନୈତିକ ଦଳକୁ ସେଥିପାଇଁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର । ଦେଶ ଏହାକୁ ସେଲିବ୍ରେଟ କରୁଛି । ମୋଦିଙ୍କୁ ଧନ୍ୟବାଦ ଦେଉଛି ସାରା ଦେଶ । ମହିଳାଙ୍କ ପାଇଁ ଅନେକ ଯୋଜନା କରିଛି ମୋଦି ସରକାର । ମହିଳାଙ୍କ ପାଇଁ ପ୍ରସବ କାଳୀନ ଛୁଟି ୬ ମାସ କରାଯାଇଛି । ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯାଇଛି । ।

ଓଡ଼ିଶାରେ ଅନେକ ମହିଳା ନାରୀ ଶକ୍ତିର ପ୍ରତୀକ ରହିଛନ୍ତି । ୨୦୨୯ ସୁଦ୍ଧା ମହିଳା ସଂରକ୍ଷଣ ଅଧିନିୟମ ଲାଗୁ କରାଯିବ । ଓଡ଼ିଶାରେ ହେବ ମହିଳା ସଶକ୍ତିକରଣ । ନାରୀ ଶକ୍ତି ବନ୍ଦନ ଅଧିନିୟମର ସୁଫଳ ବିଷୟରେ ଗାଁ ଗାଁରେ ପ୍ରଚାର କରିବ ବିଜେପି । ଗାଁର ସବୁ ମହିଳାଙ୍କୁ ମୋଦିଙ୍କ ବାର୍ତ୍ତା ବିଷୟରେ ସୂଚନା ଦେବ ଦଳ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା