Masthead

‘ମହିଳା ସଂରକ୍ଷଣ ବିଲ କେବଳ ଭାରତରେ ନୁହେଁ,ବିଶ୍ୱର ଗଣତନ୍ତ୍ରରେ ପ୍ରଭାବ ପକାଇବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗଣେଶ ପୂଜା ଦିନ ନାରୀ ଶକ୍ତି ବନ୍ଦନ ବିଧେୟକ ପାସ ହୋଇଛି । ମହିଳା ସଂରକ୍ଷଣ ବିଲ ସଂସଦରେ ପାସ ହେବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି, ମହିଳା ସଂରକ୍ଷଣ ବିଲର ପ୍ରଭାବ କେବଳ ଭାରତ ନୁହେଁ ବିଶ୍ୱର ଗଣତନ୍ତ୍ରରେ ପ୍ରଭାବ ପକାଇବ । ବିଲର ଇତିହାସ ଉପରେ ସୂଚନା ଦେଲେ ଧର୍ମେନ୍ଦ୍ର । ବିଭିନ୍ନ ସମୟରେ କିଭଳି ବିଲ ପାସ ହୋଇପାରିନଥିଲା ତାହା ମାନେ ପକାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

 

ହେଲେ ଏବେ ଐତିହାସିକ ମହିଳା ବିଲ ପାସ କରିଛନ୍ତି ମୋଦି ସରକାର । ସବୁ ରାଜନୈତିକ ଦଳକୁ ସେଥିପାଇଁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର । ଦେଶ ଏହାକୁ ସେଲିବ୍ରେଟ କରୁଛି । ମୋଦିଙ୍କୁ ଧନ୍ୟବାଦ ଦେଉଛି ସାରା ଦେଶ । ମହିଳାଙ୍କ ପାଇଁ ଅନେକ ଯୋଜନା କରିଛି ମୋଦି ସରକାର । ମହିଳାଙ୍କ ପାଇଁ ପ୍ରସବ କାଳୀନ ଛୁଟି ୬ ମାସ କରାଯାଇଛି । ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯାଇଛି । ।

ଓଡ଼ିଶାରେ ଅନେକ ମହିଳା ନାରୀ ଶକ୍ତିର ପ୍ରତୀକ ରହିଛନ୍ତି । ୨୦୨୯ ସୁଦ୍ଧା ମହିଳା ସଂରକ୍ଷଣ ଅଧିନିୟମ ଲାଗୁ କରାଯିବ । ଓଡ଼ିଶାରେ ହେବ ମହିଳା ସଶକ୍ତିକରଣ । ନାରୀ ଶକ୍ତି ବନ୍ଦନ ଅଧିନିୟମର ସୁଫଳ ବିଷୟରେ ଗାଁ ଗାଁରେ ପ୍ରଚାର କରିବ ବିଜେପି । ଗାଁର ସବୁ ମହିଳାଙ୍କୁ ମୋଦିଙ୍କ ବାର୍ତ୍ତା ବିଷୟରେ ସୂଚନା ଦେବ ଦଳ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ