Masthead

ହର୍ଷବର୍ଦ୍ଧନଙ୍କ ବଡ଼ ଘୋଷଣା: ମିଳିବ ମାଗଣା ଟିକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ଭୂତାଣୁ ବିରୋଧରେ ଶେଷ ଲଢ଼େଇ ପାଇଁ ଭାରତ ନିଜକୁ ପ୍ରସ୍ତୁତ କରୁଛି । ଦେଶରେ ଜରୁରୀକାଳୀନ ପରିସ୍ଥିତିରେ କରୋନା ଟିକାର ବ୍ୟବହାର ପାଇଁ ଭ୍ୟାକ୍ସିନକୁ ସରକାର ଅନୁମତି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଶ୍ଵର ସବୁଠୁ ବଡ଼ ଟିକାକରଣ ଅଭିଯାନ ଚଳାଇବା ଲାଗି କେନ୍ଦ୍ର ସରକାର ଶନିବାରଠାରୁ ପ୍ରାକ ଟିକାକରଣ ଅଭ୍ୟାସ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ସମସ୍ତ ଭାରତୀୟଙ୍କୁ କରୋନା ଟିକା ମାଗଣାରେ ଯୋଗାଇ ଦିଆଯିବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

ହର୍ଷବର୍ଦ୍ଧନ ଶନିବାର କରୋନା ଟିକାକରଣର ଡ୍ରାଏ ରନ୍‌ ଅନୁଧ୍ୟାନ କରିବା ଲାଗି ଦିଲ୍ଲୀର ଜେଟିବି ହସ୍ପିଟାଲକୁ ଯାଇଥିଲେ । ସେଠାରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବା ସମୟରେ କହିଥିଲେ, କରୋନା ଟିକା କେବଳ ଦିଲ୍ଲୀରେ ମାଗଣା ନୁହେଁ, ସାରା ଦେଶରେ ମାଗଣା ହେବ। ସବୁ ଭାରତୀୟଙ୍କ ପାଇଁ ମାଗଣା‌ରେ ଟିକା ଦିଆଯିବ । ଏଥିପାଇଁ କାହାଠାରୁ କୌଣସି ପ୍ରକାର ଶୁଳ୍କ ନିଆଯିବ ନାହିଁ । ଟିକାକୁ ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ସେଥିରେ ବିଶ୍ଵାସ ନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରୁଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା