Masthead

ଆଜି ଖସିବ ଚାଇନା ରକେଟର ଭଗ୍ନାବଶେଷ

ୱାଶିଂଟନ(ବଡ଼ ଖବର): ଗତ ସପ୍ତାହରେ ଚାଇନା ପଠାଇଥିବା ଏକ ବୃହତ ରକେଟର ଅବଶିଷ୍ଟାଂଶ ଆସନ୍ତା କିଛି ଘଣ୍ଟା ମଧ୍ୟରେ ପୃଥିବୀ ପୃଷ୍ଠରେ ଖସିବ । ଏନେଇ ୟୁରୋପୀୟ ଓ ଆମେରିକା ମହାକାଶ ଗବେଷଣା ଓ ବିକାଶ କେନ୍ଦ୍ର ତରଫରୁ କୁହାଯାଇଛି । କିନ୍ତୁ ଏହି ଭଗ୍ନାବଶେଷ କେଉଁଠାରେ ଅବତରଣ କରିବ ସେନେଇ ବିଭିନ୍ନ ପ୍ରକାର ଆକଳନ କରାଯାଇଥିଲେ ମଧ୍ୟ ସଠିକ ଭାବେ ତଥ୍ୟ ମିଳିପାରି ନାହିଁ । ତେବେ ଚୀନର ବୈଦେଶିକ ମନ୍ତ୍ରାଳୟ ଶୁକ୍ରବାର କହିଛି ଯେ, ଏହା ରକେଟର ଅଧିକାଂଶ ଅଂଶ ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ହିଁ ଜଳିଯିବ ଏବଂ କୌଣସି କ୍ଷତି ଘଟାଇବାର ସମ୍ଭାବନା ନାହିଁ ।

ତେବେ ରବିବାର ଏହି ରକେଟର ଏକ ବୃହତ ଅଂଶ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରି ଭାରତ ମହାସାଗରରେ ନଷ୍ଟ ହୋଇଥିବା ଚୀନ ମାନେଡ ସ୍ପେସ ଇଞ୍ଜିନିୟରିଂ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଚାଇନା ରକେଟ ଲଙ୍ଗ ମାର୍ଚ୍ଚ-୫ ବି ୱାଇ୨ ସ୍ପେସ ଷ୍ଟେସନ ଟିଆନେକୁ ନେଇ ମହାକାଶକୁ ଯାଇଥିଲା । ଯାହାକି ପରବର୍ତ୍ତୀ ସମୟରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଆଜି ଏହାର ଅନ୍ୟ ଭଗ୍ନାବଶେଷ ପୃଥିବୀ ଛୁଇଁବ ବୋଲି କୁହାଯାଇଛି । ଲଙ୍ଗ ମାର୍ଚ୍ଚ-୫ ବି ୱାଇ୨ ଚାଇନାର ହେନାନ ଦ୍ୱୀପରୁ ୨୯ ଏପ୍ରିଲରେ ସ୍ପେସ ଷ୍ଟେସନ ଟିଆନେ ସହ ଛଡ଼ାଯାଇଥିଲା । ତେବେ ଗତସପ୍ତାହରୁ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ବିଶେଷଜ୍ଞଙ୍କ ମତରେ ଏହାର ଓଜନର ପରିମାଣ ପ୍ରାୟ ୧୮ରୁ ୨୨ଟନ ହେବ ।

ଏହାର ପ୍ରଥମ ଭାଗ ୨୦୨୦ ମେ ମାସରେ ଛଡ଼ାଯାଇଥିଲା । ଯାହା କି ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଆଇଭେରୀ କୋଷ୍ଟ ଉପରେ ପଡ଼ି ଅନେକ ଅଟ୍ଟାଳିକାକୁ କ୍ଷତି ପହଞ୍ଚାଇଥିଲା । ତେବେ ଏଥିରେ କୌଣସି ଲୋକଙ୍କ ଜୀବନ ହାନି ହୋଇ ନଥିଲା । ଗତବର୍ଷ ପୃଥିବୀକୁ ଫେରିଥିବା ପ୍ରଥମ ଲଙ୍ଗ ମାର୍ଚ୍ଚ ୫ବିର ପରିମାଣ ଥିଲା ୨୦ ଟନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ