ମହିଳା ଜେଲର କାହା ମୁଣ୍ଡ ମାଗୁଛନ୍ତି?

ବଲାଙ୍ଗୀର  (ବଡ଼ ଖବର ବ୍ୟୁରୋ): କଣ୍ଟାବାଞ୍ଜି ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ର ଅଡିଓ ଭାଇରାଲ ଘଟଣା । ଜେଲର, ଅଭିଯୋଗକାରୀ, ଅନ୍ୟ ଜଣେ ଜେଲ କର୍ମଚାରୀଙ୍କ ବୟାନ ରେକର୍ଡ । ଜେଲର ଯାହା କହିଛନ୍ତି ତାହା ଗୁରୁତର ବୋଲି କହିଛନ୍ତି ସମ୍ବଲପୁର ଜେଲ ଡିଆଇଜି । ଆଜି ଡିଜିପିଙ୍କୁ ଦିଆଯିବ ରିପୋର୍ଟ । ସୂଚନା ଅନୁସାରେ, ଜେଲର ବିକାଶଲତା ବାରୁଙ୍କ ଏକ ଅଡିଓ ବାର୍ତ୍ତା ଭାଇରାଲ ହେବା ପରେ ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଜୀବନ୍ତ ହେଉ କି ମୃତ, ଜଣକ ମୁଣ୍ଡ ଦରକାର ବୋଲି ଜେଲର କହୁଥିବା ଅଡିଓରେ ସ୍ପଷ୍ଟ ଜଣା ପଡୁଛି । ଅନ୍ୟପଟେ ୱେବ୍ ସାମ୍ବାଦିକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଳି ପାଇଁ ତାଙ୍କ ନିକଟକୁ ଆଣି ଦେବାକୁ ଜେଲରଙ୍କୁ କଥା ମଧ୍ୟ ଦେଉଛନ୍ତି ।

ତେବେ ଜେଲର ଓ ଜଣେ ସାମ୍ବାଦିକଙ୍କ ଅଡିଓ ଭାଇରାଲ ହେବା ପରେ ରୋହନ ମହତ୍ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଜୀବନ୍ ପ୍ରତି ବିପଦ ଥିବାରୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଏତଲାରେ ଦର୍ଶା ଯାଇଛି । ହେଲେ ଏତଲା ଦେଇଥିବା ରୋହନଙ୍କ ମଧ୍ୟ ଏକ ଅଡିଓ ଭାଇରାଲ ହୋଇଛି । ଜେଲର ସହ ଅଡିଓ ଭାଇରାଲ ହୋଇଥିବା ୱେବ୍ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ବ୍ୟବସ୍ଥା କରିବାକୁ କହୁଛନ୍ତି ରୋହନ । ଏପରିକି ଜେଲରଙ୍କୁ ବଞ୍ଚାଇବା ପାଇଁ କିଷାନ ଅଗ୍ରୱାଲଙ୍କୁ ମୋହରା କରିବାକୁ ପଡିବ ବୋଲି ସେ ୱେବ୍ ସାମ୍ବାଦିକଙ୍କୁ କହୁଛନ୍ତି ।

ଏଥିପାଇଁ ଜେଲର ନୁହେଁ, କିଷାନଠାରୁ ୨ ଲକ୍ଷ ଟଙ୍କା ଆଣିବାକୁ କହୁଛନ୍ତି ରୋହନ । ଅନ୍ୟପଟେ ତାଙ୍କୁ ବଦନାମ କରାଯାଉଥିବା କହିଛନ୍ତି ୱେବ୍ ସାମ୍ବାଦିକ ପ୍ରମୋଦ ବେହେରା । ଏବଂ ମ୍ୟାଡମଙ୍କୁ ୨ ଲକ୍ଷ ଟଙ୍କା ରୋହନ ଦାବି କରିଥିବା ସେ କହିଛନ୍ତି । ସେପଟେ ହତ୍ୟା ଷଡଯନ୍ତ୍ର କଥାକୁ ଖଣ୍ଡନ କରିବା ସହ ରୋହନ ତାଙ୍କୁ ୨ ଲକ୍ଷ ଟଙ୍କା ଦାବି କରିଥିବା ପାଲଟା ଅଭିଯୋଗ ଆଣିଛନ୍ତି ଜେଲର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!