Masthead

ମହିଳା ଜେଲର କାହା ମୁଣ୍ଡ ମାଗୁଛନ୍ତି?

ବଲାଙ୍ଗୀର  (ବଡ଼ ଖବର ବ୍ୟୁରୋ): କଣ୍ଟାବାଞ୍ଜି ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ର ଅଡିଓ ଭାଇରାଲ ଘଟଣା । ଜେଲର, ଅଭିଯୋଗକାରୀ, ଅନ୍ୟ ଜଣେ ଜେଲ କର୍ମଚାରୀଙ୍କ ବୟାନ ରେକର୍ଡ । ଜେଲର ଯାହା କହିଛନ୍ତି ତାହା ଗୁରୁତର ବୋଲି କହିଛନ୍ତି ସମ୍ବଲପୁର ଜେଲ ଡିଆଇଜି । ଆଜି ଡିଜିପିଙ୍କୁ ଦିଆଯିବ ରିପୋର୍ଟ । ସୂଚନା ଅନୁସାରେ, ଜେଲର ବିକାଶଲତା ବାରୁଙ୍କ ଏକ ଅଡିଓ ବାର୍ତ୍ତା ଭାଇରାଲ ହେବା ପରେ ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଜୀବନ୍ତ ହେଉ କି ମୃତ, ଜଣକ ମୁଣ୍ଡ ଦରକାର ବୋଲି ଜେଲର କହୁଥିବା ଅଡିଓରେ ସ୍ପଷ୍ଟ ଜଣା ପଡୁଛି । ଅନ୍ୟପଟେ ୱେବ୍ ସାମ୍ବାଦିକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଳି ପାଇଁ ତାଙ୍କ ନିକଟକୁ ଆଣି ଦେବାକୁ ଜେଲରଙ୍କୁ କଥା ମଧ୍ୟ ଦେଉଛନ୍ତି ।

ତେବେ ଜେଲର ଓ ଜଣେ ସାମ୍ବାଦିକଙ୍କ ଅଡିଓ ଭାଇରାଲ ହେବା ପରେ ରୋହନ ମହତ୍ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଜୀବନ୍ ପ୍ରତି ବିପଦ ଥିବାରୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଏତଲାରେ ଦର୍ଶା ଯାଇଛି । ହେଲେ ଏତଲା ଦେଇଥିବା ରୋହନଙ୍କ ମଧ୍ୟ ଏକ ଅଡିଓ ଭାଇରାଲ ହୋଇଛି । ଜେଲର ସହ ଅଡିଓ ଭାଇରାଲ ହୋଇଥିବା ୱେବ୍ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ବ୍ୟବସ୍ଥା କରିବାକୁ କହୁଛନ୍ତି ରୋହନ । ଏପରିକି ଜେଲରଙ୍କୁ ବଞ୍ଚାଇବା ପାଇଁ କିଷାନ ଅଗ୍ରୱାଲଙ୍କୁ ମୋହରା କରିବାକୁ ପଡିବ ବୋଲି ସେ ୱେବ୍ ସାମ୍ବାଦିକଙ୍କୁ କହୁଛନ୍ତି ।

ଏଥିପାଇଁ ଜେଲର ନୁହେଁ, କିଷାନଠାରୁ ୨ ଲକ୍ଷ ଟଙ୍କା ଆଣିବାକୁ କହୁଛନ୍ତି ରୋହନ । ଅନ୍ୟପଟେ ତାଙ୍କୁ ବଦନାମ କରାଯାଉଥିବା କହିଛନ୍ତି ୱେବ୍ ସାମ୍ବାଦିକ ପ୍ରମୋଦ ବେହେରା । ଏବଂ ମ୍ୟାଡମଙ୍କୁ ୨ ଲକ୍ଷ ଟଙ୍କା ରୋହନ ଦାବି କରିଥିବା ସେ କହିଛନ୍ତି । ସେପଟେ ହତ୍ୟା ଷଡଯନ୍ତ୍ର କଥାକୁ ଖଣ୍ଡନ କରିବା ସହ ରୋହନ ତାଙ୍କୁ ୨ ଲକ୍ଷ ଟଙ୍କା ଦାବି କରିଥିବା ପାଲଟା ଅଭିଯୋଗ ଆଣିଛନ୍ତି ଜେଲର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା