Masthead

ମଧୁବାବୁ ପେନସନ ଯୋଜନାର ହେଉଛି ହରିଲୁଟ

ଦଶରଥପୁର(ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ମଧୁ ବାବୁ ପେନସନକୁ ଚଞ୍ଚକତା କରି ହରିଲୁଟ କରୁଛନ୍ତି ଦାୟିତ୍ୱ ରେ ଥିବା ଅଧିକାରୀ । ଏହିଭଳି ସଂଗୀନ ଅଭିଯୋଗ ଆସିଛି ଦଶରଥପୁର ବ୍ଲକର ବିରିପଟା ପଞ୍ଚାୟତରେ ।, ଏହି ପଞ୍ଚାୟତ ର ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କ ଆସିଥିବା ୧ ବର୍ଷର ଅର୍ଥକୁ ବିରିପଟା ପଞ୍ଚାୟତ ମଧୁବାବୁ ପେନସନ ଯୋଜନା ଦାୟିତ୍ୱରେ ଥିବା ଅଧିକାରୀ ଚଞ୍ଚକତା କରି ହରିଲୁଟ କରିଥିବାର ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ କରିଛନ୍ତି ଭିନ୍ନକ୍ଷମ ମହିଳାଙ୍କ ପୁଅ ଧନେଶ୍ଵର ସାହୁ।

ବିରିପଟା ପଞ୍ଚାୟତ ଅନ୍ତର୍ଗତ ବରେଇଁ ଗ୍ରାମର ଚଞ୍ଚଳା ସାହୁ ସ୍ଵା- ପ୍ରଫୁଲ୍ଲ ସେ ଜଣେ ମାନସିକ ଭିନ୍ନକ୍ଷମ ମହିଳା ଅଟନ୍ତି। ବହୁବାର ଭତ୍ତା ପାଇବା ପାଇଁ ଆବେଦନ କରି ନୟାନ୍ତ ହୋଇଥିଲେ ସୁଦ୍ଧା ତାଙ୍କୁ ଭତ୍ତା ମିଳିପାରି ନଥିଲା । ସରପଞ୍ଚ ଓ ଅଧିକାରୀଙ୍କୁ କହିଥିଲେବି କେହି ତାଙ୍କ କଥାକୁ କର୍ଣ୍ଣପାତ କରିନଥିଲେ । କାହିଁକି ଭତ୍ତା ମିଳିପାରୁ ନାହିଁ ବୋଲି ତାଙ୍କ ପୁଅ ବ୍ଲକ୍ ଅଫିସ୍ କୁ ଯାଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବୁଝିଥିଲେ ହେଁ କୌଣସି ସନ୍ତୋଷଜନକ ଉତ୍ତର ତାଙ୍କୁ ମିଳିପାରି ନଥିଲା. । ସେ ବାଧ୍ୟ ହୋଇ ବ୍ଲକ ରୁ ଘରକୁ ଫେରି ଆସିଥିଲେ. ।

ପରିତାପର ବିଷୟ ସେହିଦିନ ରାତି ୭.୦୦ ଘଟିକା ସମୟରେ ପଞ୍ଚାୟତ ଦାୟିତ୍ଵରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ମଲ୍ଲିକ ମାନସିକ ଭିନ୍ନକ୍ଷମ ମହିଳା ଚଞ୍ଚଳା ସାହୁଙ୍କୁ ଛଅ ମାସର ଭତ୍ତା ବାବଦକୁ ୩୦୦୦ ଟଙ୍କା ଓ ଭତ୍ତାବହି ତାଙ୍କ ସ୍ୱାମୀ ଓ ପୁଅ ଘରେ ନ ଥିବା ବେଳେ ଯୋର୍ କରି ତାଙ୍କ ଆଙ୍ଗୁଳି ଛାପ ନେଇ ତାଙ୍କୁ ପ୍ରଦାନ କରିଥିଲେ ।

ଭତ୍ତା କିପରୀ ଓ କାହିଁକି ମୋ ମାଆକୁ ମିଳିଲା ବୋଲି ତାଙ୍କ ପୁଅ ବ୍ଲକ୍ ଭତ୍ତା ଦାୟିତ୍ଵରେ ଥିବା ଅଧିକାରୀଣୀଙ୍କୁ ଯୋଗାଯୋଗ କରିଥିଲେ ହେଲେ ସେ ଧମକପୂର୍ଣ୍ଣ ଉତ୍ତର ରଖିଥିଲେ ଯେ ଆପଣ ଭତ୍ତା ରଖିବେ ଯଦି ରଖନ୍ତୁ ନ ହେଲେ ଆପଣଙ୍କ ମାଆଙ୍କ ଭତ୍ତା କାଟି ଦିଆଯିବ । ଉକ୍ତ ସମସ୍ୟାକୁ ନେଇ ତାଙ୍କ ପୁଅ ଲିଖିତ ଭାବେ ବିଡିଓ ଙ୍କୁ ଅଭିଯୋଗ କରିଥିଲେ । ତୁରନ୍ତ ବିଡିଓ ଏବଂ ବିଭାଗୀୟ ଅଧିକାରୀ ଏହି ପଞ୍ଚାୟତରେ ହୋଇଥିବା ମଧୁବାବୁ ପେନ୍ସନ୍ ଯୋଜନା (ଭତ୍ତା ) ଦୁର୍ନୀତିର ତଦନ୍ତ କରିବାକୁ ଦାବୀ ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି