କଟକ(ବଡ଼ ଖବର ବ୍ୟୁରୋ): କାଠଯୋଡ଼ିକୁ ଡେଇଁ ଜୀବନ ହାରିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଥିଲେ ଯୁବକ । ଯୁବକଙ୍କ ଘର ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ-୩ରେ। ଯୁବକଙ୍କ ନାମ ସପନ କୁମାର ବେହେରା, ବୟସ ୨୯ ବର୍ଷ ହେବ ବୋଲି ଜଣା ପଡ଼ିଛି। ଯୁବକ ଜଣକ ଏକ କୋରିୟର କମ୍ପାନୀରେ କାମ କରୁଥିବା ବୋଲି ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆଜି ସକାଳଳେ ଯୁବକ ଜଣଙ୍କ ସ୍କୁଟିରେ ଆସିଥିଲେ । ହଠାତ୍ କାଠଯୋଡ଼ି ବ୍ରିଜ୍ ଉପରେ ସ୍କୁଟି ରଖି ନଦୀକୁ ଡେଇଁପଡିଥିଲେ । ନିକଟରେ ଯାଉଥିବା ସ୍ଥାନୀୟଲୋକ କିଛି କହିବା ପୂର୍ବରୁ ଯୁବକ ଜଣଙ୍କ ନଦୀକୁ ଡେଇଁପଡିଥିଲେ ।