Masthead

‘ମୋ ବିରୋଧରେ ଅଣାଯାଉଛି ଖାଣ୍ଟି ମିଥ୍ୟା ଅଭିଯୋଗ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୋ ବିରୋଧରେ ଖାଣ୍ଟି ମିଥ୍ୟା ଅଭିଯୋଗ ଆଣି ଦେଶଦ୍ରୋହୀ ବୋଲି ଉଲ୍ଲେଖ କରିଥିବା ଏକ ଜାଲି ପ୍ରଚାରପତ୍ରକୁ କେତେକ ଗଣମାଧ୍ୟମ ଅବିକଳ ନକଲ କରି ସ୍ଥାନ ଦେଇଛନ୍ତି। ଏହି ପୋଷ୍ଟର ମାତ୍ର ୩ଟି ସ୍ଥାନରେ ଲାଗିଛି ବୋଲି କହୁଥିବା ଗଣମାଧ୍ୟମ ସେହି ପୋଷ୍ଟର ଛପାଇଥିବା ବା ଲେଖିଥିବା ବ୍ୟକ୍ତିର ନାମ ନଥିବା ବେଳେ ଏବଂ ସେହି ସଂଗଠନର କର୍ମକର୍ତ୍ତାମାନଙ୍କ ମଧ୍ୟରୁ କାହାର ନାମ ନଥିବା ବେଳେ ସେହି ପୋଷ୍ଟର ଥିବା ଅବିକଳ ନକଲ ଛପାଇଛନ୍ତି ଓ ପ୍ରଦର୍ଶନ କରିବା ସହ ତାର ସମସ୍ତ ଲେଖାଟିକୁ ପୁଣି ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମରେ ସ୍ଥାନ ଦେଇଛନ୍ତି।

ଏହି ପୋଷ୍ଟରରେ ଥିବା ସଙ୍ଗଠନ ପ୍ରକୃତରେ ଅଛି କି ନାହିଁ ତାର ସତ୍ୟତା ଜାଣିବାକୁ ଉଦ୍ୟମ କରାଯାଇନି କିମ୍ବା ଏହି ପୋଷ୍ଟରକୁ ସାମ୍ବାଦିକମାନେ ନିଜନିଜ ଗଣମାଧ୍ୟମରେ ସ୍ଥାନ ଦେବା ବେଳେ ମୋର ମତାମତ ନଦେବା କିମ୍ବା ମୋର ମନ୍ତବ୍ୟକୁ ନେଇ ଉକ୍ତ ସମ୍ବାଦରେ ସ୍ଥାନ ନଦେବା ଅନୈତିକ ଓ ଉଦ୍ଦେଶ୍ୟମୂଳକ। ଏହି ପ୍ରଚାରପତ୍ରରେ ଆମେରିକା ଓ ଅଷ୍ଟ୍ରେଲିଆର କମ୍ପାନୀରୁ କୋଟି କୋଟି ଟଙ୍କା ପାଇ କାଶୀପୁର ଓ ନିୟମଗିରି ଖଣି ଖନନକୁ ବିରୋଧ କରୁଛି ବୋଲି ଲେଖାଯାଇଛି ଓ ଦେଶଦ୍ରୋହୀ କାର୍ଯ୍ୟ ବିରୋଧରେ ତଦନ୍ତ ପାଇଁ ଦାବୀ କରାଯାଇଛି।

ଯେହେତୁ ମୋ ଜାଣତରେ ନିୟମଗିରି, କାଶୀପୁର ସମେତ ରାଜ୍ୟର କୌଣସି ଅଞ୍ଚଳରେ ଉଲ୍ଲେଖ ଥିବା ସଙ୍ଗଠନ କେହି ନାହିଁ। ତେଣୁ ସେହି ନିର୍ଦ୍ଦିଷ୍ଟ ସଙ୍ଗଠନ ନାମରେ ମାନହାନୀ ମାମଲା କରିବାକୁ ଚାହୁଁନଥିଲି। ଯେତେବେଳେ ମୋର ପ୍ରତିକ୍ରିୟା ନନେଇ ଏହାକୁ କିଛି ଗଣମାଧ୍ୟମରେ ମାତ୍ର ୩ଟି ସ୍ଥାନରେ ପୋଷ୍ଟରକୁ ନେଇ ଲକ୍ଷ ଲକ୍ଷ ପାଠକ ଓ ଟେଲିଭିଜନ ଦର୍ଶକମାନଙ୍କ ଆଗରେ ଉପସ୍ଥାପିତ କରାଯାଇଛି, ତେଣୁ ମୁଁ ଏବେ ସେହି ଗଣମାଧ୍ୟମମାନଙ୍କୁ ଆହ୍ଵାନ କରେ ସେମାନେ ସେହି ସଂଗଠନର ଅସ୍ତିତ୍ୱ, ତାର କର୍ମକର୍ତ୍ତାମାନଙ୍କ ପରିଚୟ ଓ ଠିକଣା ଦିଅନ୍ତୁ ଯାହାଦ୍ୱାରା ସେମାନଙ୍କ ବିରୋଧରେ ମାନହାନି ମକଦ୍ଦମା କରିବି।

ନଚେତ୍ ଏହି ପୋଷ୍ଟରକୁ ଅବିକଳ ଛାପିଥିବା ବା ପ୍ରସାରଣ କରିଥିବା ଗଣମାଧ୍ୟମ ବିରୋଧରେ ମୁଁ ମାନହାନି କରିବାକୁ ବାଧ୍ୟ ହେବି। ଯଦି ସେହି ସଙ୍ଗଠନ ଦ୍ୱୟର ଅସ୍ତିତ୍ବ ବା ଠିକଣା ଜଣାଇପାରିବେ ନାହିଁ, ତାହାହେଲେ ଏହି ପୋଷ୍ଟର କୌଣସି ବ୍ୟକ୍ତି ବା ଛଦ୍ମବେଶୀ ସଂଗଠନ କିମ୍ବା କମ୍ପାନୀର ମିଥ୍ୟା, କପୋଳକଳ୍ପିତ ଅଭିଯୋଗ ମୋ ବିରୋଧରେ ଏକ ଷଡ଼ଯନ୍ତ୍ର ରୂପେ ଆଜିର ଏହି ସ୍ପଷ୍ଟୀକରଣ ପ୍ରକାଶ କରାଯାଉ। ମୋତେ ପୋଲିସ ଦ୍ୱାରା ଅମାନବୀୟ, ବେଆଇନ ଓ ଅପରାଧମୂଳକ ଅପହରଣ କରିବା ପରେ ଦେଶ ଓ ରାଜ୍ୟର ଜନମତ ଚାପରେ ମୋତେ ମୁକ୍ତ କରାଯାଇଥିଲା।

ଏହି ଅପହରଣ ମୂଳରେ ନିୟମଗିରି ସମେତ କାଶୀପୁର, କଳାହାଣ୍ଡିରେ ବକ୍ସାଇଟ ଖଣି ଖନନ ବିରୋଧୀ ଆନ୍ଦୋଳନକୁ ଚାପି ଦେବା ଲକ୍ଷ୍ୟରେ ବେଦାନ୍ତ କମ୍ପାନୀର ସ୍ୱାର୍ଥ ଥିଲା। ବେଦାନ୍ତ କମ୍ପାନୀ ପାଇଁ ନିଯୁକ୍ତି ଠିକା କମ୍ପାନୀ ମୈତ୍ରୀ କାଶୀପୁର ଗାଁ ଗାଁରେ ପୋଲିସର ସହଯୋଗରେ ଆର୍ଥିକ ପ୍ରଲୋଭନ ଦ୍ୱାରା ଆତଙ୍କ ସୃଷ୍ଟି କରୁଛି। ମୁଁ ଅବିଚାରିତ ଓ ସାମ୍ବିଧାନିକ ଆଇନ ବିରୋଧୀ ଖଣି ଖନନକୁ ବିରୋଧ କରୁଛି, କରିଚାଲିଥିବି ଓ ଜଙ୍ଗଲବାସୀ – ଆଦିବାସୀ – ଦଳିତଙ୍କ ଅଧିକାର ପାଇଁ ସହଯୋଗ କରୁଥିବି। ପୋଷ୍ଟରରେ ଥିବା ମିଥ୍ୟା ଅଭିଯୋଗ ଯଥା କୋଟି କୋଟି ଟଙ୍କା ବିଦେଶରୁ କେଉଁ କମ୍ପାନୀ ଦେଇଛି ତାର ନାମ ଓ କେବେ ଦେଇଛି ତାର ପ୍ରମାଣ ଥିବ ସ୍ଥାନୀୟ ଆଦିବାସୀ ବିରୋଧ କରୁଥିବା କମ୍ପାନୀମାନଙ୍କ ପାଖରେ।

ଅନ୍ତତଃ ବେଦାନ୍ତ କିମ୍ବା ତାର ଠିକାଦାର ମୈତ୍ରୀ କମ୍ପାନୀ ଏ ସଂକ୍ରାନ୍ତରେ ତଥ୍ୟ ଦେବାକୁ ମୁଁ ଆଜିର ଏହି ସାମ୍ବାଦିକ ସମ୍ମିଳନୀରୁ ଆହ୍ୱାନ କରୁଛି। ଏହା ସହ ପୋଷ୍ଟରକୁ ସତ ବୋଲି ମାନୁଥିବା ଗଣମାଧ୍ୟମଗୁଡିକ ତଥ୍ୟ ସଂଗ୍ରହ କରି ଉପସ୍ଥାପନ କରିବାକୁ ମୋର ନିବେଦନ। ରାଜ୍ୟ ସରକାରଙ୍କ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ଵାରା ତଦନ୍ତ କରି ସତ୍ୟତା ଉପସ୍ଥାପନ କରି, ଏହି ଜାଲି ପୋଷ୍ଟରର ଯଦି ସତ୍ୟତା ଥାଏ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ନଚେତ ଏହି ମିଥ୍ୟା ଲୁଟ କରୁଥିବା କମ୍ପାନୀମାନଙ୍କ ଚକ୍ରାନ୍ତମୂଳକ ଏପରି ମିଥ୍ୟା ସଂଗଠନ ନାମରେ ପ୍ରଚାରପତ୍ର ମାରିଥିବା ବ୍ୟକ୍ତି ତଥା ସଂସ୍ଥା ବିରୋଧରେ ଦଣ୍ଡ ବିଧାନ ହେଉ ଏବଂ ମୋର ଅପହରଣ ଯେପରି ରାୟଗଡ଼ା ଜିଲ୍ଲା ପୋଲିସ ଅଧିକ୍ଷକ ଓ ରାଜ୍ୟ ସରକାରଙ୍କ ବଡ଼ବଡ଼ ପୋଲିସ ଅଫିସରଙ୍କ ଦ୍ଵାରା ଯେପରି ହୋଇଥିଲା ଏହି ଜାଲି ପୋଷ୍ଟର ପଛରେ ସେହି ଅଞ୍ଚଳର ଖଣି କମ୍ପାନୀ ଓ ପୋଲିସର ମିଳିତ ଚକ୍ରାନ୍ତରେ ହୋଇଥିବା ବିଶ୍ୱାସଯୋଗ୍ୟ।

ଆଜିର ଲୋହିଆ ଏକାଡେମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆମ ରାଜ୍ୟର ବିଶିଷ୍ଟ ନାଗରିକ ବୃନ୍ଦ ଶିକ୍ଷାବିତ ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ପ୍ରଫେସର ଗୋଲକ ନାଥ, ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ, ଲୋକଶକ୍ତି ଅଭିଯାନର ଲକ୍ଷ୍ମୀପ୍ରିୟା ମହାନ୍ତି, ମାନବାଧିକାର କର୍ମୀ ବାଘାମ୍ବର ପଟ୍ଟନାୟକ, ବିଶ୍ୱପ୍ରିୟ କାନୁନଗୋ, କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ଡଃ ବିଶ୍ଵଜିତ, ସାମାଜିକ କର୍ମୀ ବିଜୟ ଉପାଧ୍ୟାୟ, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ, ସାମ୍ବାଦିକ ସତୀଶ ମିଶ୍ର, ସୁମିତ୍ରା ପଟେଲ ପ୍ରମୁଖଙ୍କ ଉପସ୍ଥିତିରେ ମୋର ଉପରୋକ୍ତ ସ୍ପଷ୍ଟୀକରଣ ରଖୁଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!