Masthead

ରାସ୍ତା ନାହିଁ ତ ଭୋଟ ନାହିଁ

ସୋରୋଡା (ବଡ଼ ଖବର ବ୍ୟୁରୋ): ରାସ୍ତା ନାହିଁ ତ ଭୋଟ ନାହିଁ। ସରକାର ଆଖି ଖୋଲି ଆମର ଦାବି ପୂରଣ କର। ଏଭଳି ନାରା ଦେଇ ଆସ୍କା – ବେଲଗୁଣ୍ଠା ରାଜରାସ୍ତାକୁ ଅବରୋଧ କଲେ ଶତାଧିକ ଲୋକେ ।ବେଲଗୁଣ୍ଠା ଥାନା କିରାପଲ୍ଲୀ ଗାଁର ଶତାଧିକ ମହିଳା ଓ ପୁରୁଷ ରାଜରାସ୍ତା ଉପରକୁ ଆସି ରାସ୍ତା ଅବରୋଧ କରିଥିଲେ।ଗାଁକୁ ପକ୍କା ରାସ୍ତା ତୁରନ୍ତ ନିର୍ମାଣ କରିବା ଦାବିରେ ଏଭଳି ନିଷ୍ପତି ନେଇଛନ୍ତି ଗାଁ ଲୋକେ।

ବହୁ ବର୍ଷ ଧରି କିରାପଲ୍ଲୀ ଗାଁକୁ ସଂଯୋଗ କରୁଥିବା ଦୁଇ କିଲୋମିଟର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ରହିଛି। ପ୍ରତିଦିନ ଯାତାୟାତରେ ବହୁ ସମସ୍ୟା ହେଉଛି ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ସୁଫଳ ମିଳିନଥିଲା। ଶେଷରେ ବାଧ୍ୟ ହୋଇ ଗାଁ ଲୋକେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ